ଏରସମା, 24/10/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଏରସମା ସାର୍ବଜନୀନ ଦୂର୍ଗା ପୂଜା କମିଟି ପକ୍ଷରୁ ଆଞ୍ଚଳିକ ଯୁବ ପରିଷଦ ପଡିଆଠାରେ,ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଛି।ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ଏକବିଂଶ ତମ ରାବଣ ପୋଡ଼ି ଉତ୍ସବରେ କେନ୍ଦ୍ରାପଡା ଆଳି ବିଧାୟକ ପ୍ରତାପ କେଶରୀ ଦେବ ମୂଖ୍ୟ ଅତିଥି ଭାବେ ଯୋଗଦେଇ,ଏରସମାରେ ଦୀର୍ଘ ୨୧ ବର୍ଷ ଧରି ଚାଲିଥିବା ରାବଣ ପୋଡ଼ି ଉତ୍ସବର ଆୟୋଜକ ମାନଙ୍କୁ ଧନ୍ୟବାଦ ଦେବା ସହିତ ରାବଣ ପୋଡ଼ି ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଲଢିବା ଯାହା ଅସତ୍ୟ ଉପରେ ସତ୍ୟର ଓ ଅଧର୍ମ ଉପରେ ଧର୍ମର ବିଜୟ ବୋଲି କହିଥିଲେ।ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ମୂଖ୍ୟବକ୍ତା ଭାବେ ଯୋଗଦେଇ ଏରସମା ମାଟି ମୋ ପାଇଁ ଗର୍ବ ଓ ଅନେକ ସମ୍ଭାବନା ବୋଲି କହିଥିଲେ।ଏହି ଅବସରରେ ରାବଣର ପ୍ରତିକ୍ରୃତିରେ ଅଗ୍ନି ସଂଯୋଗ ସହିତ,ଆକର୍ଷଣୀୟ ଆତସବାଜି ମାଧ୍ୟମରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଥିଲା।ପୂର୍ବତନ ସରପଞ୍ଚ ଦିପ୍ତିରଞ୍ଜନ କୁଅଁରଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ,ଏରସମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର,ଏରସମା ବ୍ଲକ ବିଜୁଜନତା ଦଳର ସଭାପତି ପୀତବାସ ଗଛାୟତ, ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ସଭାପତି ପାର୍ଥ ସାରଥୀ ରାଉତ,ଏରସମା ବ୍ଲକ ବିଜୁଜନତା ଦଳ ସଭାନେତ୍ରୀ ପ୍ରଦାୟନୀ ମହାନ୍ତି,ଏରସମା ପଞ୍ଚାୟତ ସମିତିସଭ୍ୟା ଦେବଜାନୀ ସେଠି,ଆଞ୍ଚଳିକ ଯୁବ ପରିଷଦ ସଭାପତି ଜ୍ୟୋତିରଞ୍ଜନ କୁଅଁର, ସଂପାଦକ ସଚ୍ଚିଦାନନ୍ଦ ଦାସ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଥିଲେ।