ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବଣୁଆ ହାତୀ ଆକ୍ରମଣରେ ବୃଦ୍ଧ ଙ୍କ ମୃତ୍ୟୁ

ଯାଜପୁର, 24/10/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ତା - ୨୪/୧୦/୨୦୨୬ : ବଡ଼ଚଣା,ବୈରୀ ଡାଳିଯୋଡ଼ା ବନାଞ୍ଚଳ ଅଧିନ ଶାଳପଡା ପଞ୍ଚାୟତ ବନ୍ଧପଲ୍ଲୀ ଗ୍ରାମର ଜଗନ୍ନାଥ ରାଉତ(୬୦)ଏକ ବଣୁଆ ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁ ବରଣ କରିଛନ୍ତି। ସୂଚନା ମୁତାବକ ଆଜି ଭୋର ସମୟରେ ଜଗନ୍ନାଥ ରାଉତ ନିଜ ଘରୁ ଉଠି ବାହାରକୁ ଆସିବା ସମୟରେ ହଠାତ ଘର ନିକଟରେ ଲୁଚି ଛିଡା ହୋଇଥିବା ଏକ ବଣୁଆ ହାତୀ ତାଙ୍କୁ ଆକ୍ରମଣ କରି ତାଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲା। ଘଟଣା ସ୍ଥଳେ ତାଙ୍କର ମୃତ୍ୟୁ ହୋଇଥିଲା। ପୂର୍ବ ରାତିରୁ ଦଳେ ହାତୀପଲ ଖାଦ୍ୟ ଅନ୍ବେଷଣରେ ଗ୍ରାମ ଅଭିମୁଖେ ଆସିଥିଲେ। ବନ ବିଭାଗ କର୍ମୀଚାରୀ ଉକ୍ତ ହାତୀପଲ ଙ୍କୁ ଘଉଡ଼ାଇ ଜଙ୍ଗଲ ମଧ୍ୟରେ ଛାଡିଥିଲେ। କିନ୍ତୁ ଗୋଟିଏ ଦନ୍ତା ହାତୀଟି ରାଉତ ଙ୍କ ଘର ନିକଟରେ ଏକ ଭଙ୍ଗା ଘରେ ଛପି ରହି ଯାଇଥିଲା ବୋଲି ଅନୁମାନ କରାଯାଉଛି।ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚି ମୃତ ଦେହ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ।
6