ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମହାପ୍ରଭୁଙ୍କ ପଢୁଆଁ ଭାରଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ

ନିଆଳି, 24/10/2026, ଉତ୍କଳ voice news - utkalvoicenews.comମହାପ୍ରଭୁଙ୍କ ପଢୁଆଁ ଅଷ୍ଟମୀ ଅବସରରେ ମାଧବ ମନ୍ଦିରରୁ ଶ୍ରୀମନ୍ଦିରକୁ ପଢୁଆଁ ଭାର ଯାତ୍ରାର ସୁପରିଚାଳନା ପାଇଁ ନିଆଳିସ୍ଥିତ ମାଧବ ମନ୍ଦିର ପରିସରରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଅଶୋକ ପୁଷ୍ପାଳକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଯାତ୍ରାକୁ ଶୃଙ୍ଖଳିତ ଓ ତ୍ରୁଟିଶୂନ୍ୟ ଭାବେ ସମ୍ପନ୍ନ କରିବା ନେଇ ଆଲୋଚନା ହୋଇଥିଲା।
Article Image
ଆସନ୍ତା ସପ୍ତାହରେ ୧୫ରୁ ୨୫ ଜଣିଆ ଉପକମିଟି ଗଠନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଉପକମିଟି ଗଠନ ପରେ ତାହାର ନିଷ୍ପତ୍ତି ଅନୁଯାୟୀ ଶୋଭାଯାତ୍ରାର ମାର୍ଗ ନିର୍ଦ୍ଧାରଣ ସହ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯିବ।
Article Image
ବୈଠକରେ କାର୍ଯ୍ୟକ୍ରମର ନିର୍ବାହୀ ତ୍ରିଲୋଚନ ପୁଷ୍ପାଳକ, ଯୋଗେନ୍ଦ୍ର ଦାସ, ତ୍ରିଲୋଚନ ବେହେରା, ଗୋପାଳ ଦାସ, ଆଇନଜୀବୀ ଭାସ୍କର ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନ୍ୟାୟବ୍ରତ ରାଉତ, ସ୍ତମ୍ଭକାର ପିତାମ୍ବର ରାଉତ, ରାଜନେତା ରାଜେନ୍ଦ୍ର ପଣ୍ଡା, କୈଳାସ ମୁଦୁଲି, ପୁରୀରୁ ରାମକୃଷ୍ଣ ମହାପାତ୍ର ଓ ଆଇନଜୀବୀ ରଞ୍ଜିତ ସାହୁଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ଦୁଇଶହରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଓ ଅଞ୍ଚଳବାସୀ ଯୋଗଦେଇଥିଲେ। ଶ୍ରୀଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନର ସଂଯୋଜକ ତଥା ସାମ୍ବାଦିକ ସରୋଜ ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
6