ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜଗତସିଂହପୁର ପ୍ରଶାସନ ସଜାଗ

ଜଗତସିଂହପୁର, 24/10/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ସରୋଜ ସାହୁ ଙ୍କ ରିପୋର୍ଟ ) :
Article Image
ସମ୍ଭାବ୍ୟ ବାତ୍ୟାକୁ ନେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।ବାତ୍ୟା ଆନ୍ଧ୍ରପ୍ରଦେଶର କାକିନାଡ଼ାରେ ଲାଣ୍ଡଫଲ କରିବା ନେଇ ବିଭିନ୍ନ ପାଣିପାଗ ମଡେଲ ପୂର୍ବାନୁମାନ କରିଥିବା ବେଳେ ଜଗତସିଂହପୁର ଜିଲ୍ଲାର ମଧ୍ୟ ଏହାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।ଵିଶେଷ ଭାବରେ ସମ୍ଭାବ୍ୟ ବାତ୍ୟାରେ ଜିଲ୍ଲାର ସମୁଦ୍ର ତଟବର୍ତୀ ଏରସମା, ବାଲିକୁଦା,କୁଜଙ୍ଗ ବ୍ଲକ ପ୍ରଭାବିତ ହେବାକୁ ଥିବା ବେଳେ ପ୍ରଶାସନ ପକ୍ଷରୁ ଏହାର ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।ଜିଲ୍ଲାର ୪୫ଟି ବାତ୍ୟା ଆଶ୍ରୟ ସ୍ଥଳକୁ ସଜାଗ ରଖାଯାଇଥିବା ଵେଳେ ଆବଶ୍ୟକ ସ୍ଥଳେ ସମୁଦ୍ର ତଟବର୍ତୀ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲାପାଳ ଜେ ସୋନାଲ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।ଏହା ସହିତ ସମସ୍ତ ସରକାରୀ କର୍ମଚାରୀମାନଙ୍କ ଛୁଟି ବାତିଲ କରାଯାଇଥିବା ବେଳେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି ।ମତ୍ସ୍ୟଜୀବୀ ମାନଙ୍କୁ ଗଭୀର ସମୁଦ୍ର ମଧ୍ୟରୁ ଫେରି ଆସିବା ପାଇଁ ସତର୍କ କରି ଦିଆଯାଇଛି । ଆସନ୍ନ ପ୍ରସବା ତଥା ଗର୍ଭବତୀ ମାନଙ୍କୁ ଆଗୁଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣି ରଖିବା ପାଇଁ ନିର୍ଦେଶ ଦିଆଯାଇଛି । ଏଥି ସହିତ ଲକ୍ଷ୍ମୀପୂଜା ପାଇଁ ବିଭିନ୍ନ ସ୍ଥାନରେ ତୋରଣ ନିର୍ମାଣକୁ ବାରଣ କରାଯାଇଛି । ଏଥି ସହିତ ଜିଲାରେ ଦୁଇଟି ଓଡ୍ରାଫ ଓ ଗୋଟିଏ ଏନ୍ଡ଼ି ଆରଏଫ ଟିମ ସହିତ ଅଗ୍ନିଶମ ବାହିନୀ କୁ ନିୟୋଜିତ କରାଯାଇଛି ।
5