ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପୋଚାଲୁଣ୍ଡି ଓ ଭାମଶ୍ୟାଳି ରେ ପ୍ରସିଦ୍ଧ ଦଣ୍ଡଯାତ୍ରା ଆରମ୍ଭ

ବୁଗୁଡା, 28/03/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ବୁଗୁଡା ବ୍ଳକ ଅନ୍ତର୍ଗତ ପୋଚାଲୁଣ୍ଡି ଏବଂ ଭାମଶ୍ୟାଳି ଗ୍ରାମରେ ପ୍ରସିଦ୍ଧ ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି । ଯାତ୍ରାର ପ୍ରଥମ ଦିନରେ ଦଣ୍ଡ ଉଠୁଥିବା କାଳୀ ମନ୍ଦିର ଗୁଡିକରେ ପାରମ୍ପରିକ ରୀତିନୀତି ପ୍ରକାରେ ସମସ୍ତ କାର୍ଯ୍ୟ ପ୍ରାତଃ କାଳରୁ ଆରମ୍ଭ ହୋଇଥିଲା । ଗ୍ରାମରେ ଥିବା ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ କରିବା ପରେ ପଇତାପକା , ଅପରାହ୍ନରେ ଦାଣ୍ଡ ଭ୍ରମଣ, ଧୂଳି ଦଣ୍ଡ , ପାଣିଦଣ୍ଡ ଓ ସନ୍ଧ୍ଯା ସମୟରେ ଆଳତି ସହ ରାତିରେ ଦଣ୍ଡୁଆମାନଙ୍କ ଅନ୍ନ ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ହୋଇଥିଲା । ଚଳିତ ବର୍ଷ ପାଟଭୋକ୍ତା ସୁରିଆ ସାହୁ ଓ ପୂଜାରୀ ଅରକ୍ଷିତ ରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୋଚାଲୁଣ୍ଡି ଦଣ୍ଡଯାତ୍ରା ଏବଂ ପାଟଭୋକ୍ତା ଭଗବାନ ଗୌଡ ଓ ପୂଜାରୀ ବାଦଲ ଗୌଡଙ୍କ ତତ୍ତ୍ଵାବଧାନରେ ଭାମଶ୍ୟାଳି ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଛି । ଦଣ୍ଡଯାତ୍ରା କାଳରେ ଉଭୟ ଗ୍ରାମରେ ଆଧ୍ଯାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ବେଳେ ଆଖପାଖ ଗ୍ରାମର ବହୁ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରି କୃପା ଭିକ୍ଷା କରିଥିଲେ । ଏ ବର୍ଷ ପୋଚାଲୁଣ୍ଡି ଦଣ୍ଡଯାତ୍ରା ପରିଚାଳକ ଚିନ୍ତାମଣି ବିଷୋୟୀଙ୍କ ତତ୍ତ୍ବାବଧାନରେ ସାମାଜିକ ନାଟକ “କହିବାକୁ ଲାଜ ଶୁଣିଲେ ପାପ ” ଏବଂ ଭାମଶ୍ୟାଳି ଦଣ୍ଡଯାତ୍ରା କମିଟି ସଭାପତି ସୁନୀଲ କୁମାର ପାଢି, ସମ୍ପାଦକ ମୁରଲୀଧର ସାମଲ ଓ ପରିଚାଳକ ନାରାୟଣ ପୋଲେଇଙ୍କ ତତ୍ତ୍ବାବଧାନରେ ନାଟକ ” ହାଏ କୃଷ୍ଣ ବୋଲି ଯାଉ ଜୀବ ” ମଞ୍ଚସ୍ଥ ହେଉଅଛି । ଉଭୟ ଗ୍ରାମରେ ଦଣ୍ଡଯାତ୍ରା ପରିଚାଳନାରେ ଗ୍ରାମବାସୀଙ୍କ ସହଯୋଗ ଦେଖିବାକୁ ମିଳିଥିଲା ।
1