ତିର୍ତ୍ତୋଲ, 24/10/2026, ଉତ୍କଳ voice news - utkalvoicenews.com( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ) :

ତା - (୨୪/୧୦) : ଶ୍ରୀ ଅରବିନ୍ଦ ପୂଜା କମିଟି ସୁବର୍ଣ୍ଣ ଜୟନ୍ତୀ ଶାଗବlରିଆ, ନରୁଆ ଛକଠାରେ ଅନୁଷ୍ଠିତ ସୁଶ୍ରୀ ଶୁଭଶ୍ରୀ ଓ ରେଡ଼ିଓ ଆଉଟରିଚ ସାଂସ୍କୃତିକ ମଞ୍ଚରେ" ନିର୍ମାଲ୍ୟ ଅଣୁ " ପୁସ୍ତକ ସମୀକ୍ଷା ଡଃ ବସନ୍ତ ମଞ୍ଜରୀ ଦାସଙ୍କ ତତ୍ତ୍ୱlବଧାନ, ରେଡ଼ିଓ ଆଉଟରିଚ ନିର୍ଦ୍ଦେଶକ ସୁବ୍ରତ କୁମାର ପତିଙ୍କ ମଞ୍ଚ ସଂଯୋଜନା ଓ ପଣ୍ଡିତ ନାଗୁ ଚରଣ ଦେବତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ପୁସ୍ତକଟିର ସମସ୍ତ ଖର୍ଚ୍ଚ ବହନ କରିଥିବା ବ୍ରହ୍ମ ଜଗନ୍ନାଥ ମିଶନର ଅଧ୍ୟକ୍ଷ କ୍ୟାପଟେନ ଡ଼ଃ ସଂଜୀବ କୁମାର ମୁଦୁଲିଙ୍କ ଦ୍ୱାରା ଅନୁପ୍ରେରିତ ସରିତା ସାହିତ୍ୟ ସଂସଦର ସମ୍ପାଦିକା ରୁନିବାଳା ମଲ୍ଲିକ ସମୀକ୍ଷିକା ଭାବରେ ଯୋଗଦେଇ ପୁସ୍ତକ ସମୀକ୍ଷା କରିଥିଲେ l ପୁସ୍ତକ ପ୍ରକାଶନରେ ପ୍ରଚ୍ଛଦ ଭାବରେ ସହାୟତା କରିଥିବା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ନାୟକ, ମୈନlକ ସାହିତ୍ୟ ସଂସଦର ସମ୍ପାଦକ ନଗେନ୍ଦ୍ର ନାଥ ସ୍ୱାଇଁ ଅତିଥିଭାବେ ଯୋଗଦେଇଥିଲେ l ପୂଜା କମିଟିର ବରିଷ୍ଠ ସଭ୍ୟ ନରେନ୍ଦ୍ର କୁମାର ଷଡ଼ଙ୍ଗୀ, ନରେନ କୁମାର ଦାସ, ସଭ୍ୟ କିଶୋର କୁମାର ଦାସ,ସମ୍ପାଦକ ମନୋରଞ୍ଜନ ବାରିକ, ଶିଳନ୍ଦୀ ରଜ ମହୋତ୍ସବ ସଭାପତି ପ୍ରକାଶ ଚନ୍ଦ୍ର ସାହୁ,ଗଙ୍ଗୋତ୍ରୀ ସମ୍ପାଦକ କୈଳାସ ଚନ୍ଦ୍ର ପ୍ରଧାନ,ବଡଖବର ପ୍ରତିନିଧି ଚନ୍ଦ୍ରକାନ୍ତ ବାରିକ,ଅଧ୍ୟାପକ ମାନସ କୁମାର ସାହୁ, ହୃଷିକେଶ ଜେନାଓ ମନସୁର ଅଲ୍ଲୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୁସ୍ତକ ସମ୍ପର୍କରେ ନିଜର ମତାମତ ରଖିଥିଲେ l ପରିଶେଷରେ ସୌମ୍ୟ ରଞ୍ଜନ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l