କୁଜଙ୍ଗ / ଡିଙ୍କିଆ, 25/10/2026, ଉତ୍କଳ voice news - utkalvoicenews.com( ପାରାଦ୍ୱୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ ) :
ତା - ୨୫/୧୦/୨୦୨୬ : ରକ୍ତଦାନ ମହତ୍ ଦାନ। ଜଣେ ବ୍ୟକ୍ତିଙ୍କ ରକ୍ତଦାନ ଅନ୍ୟ ଜଣଙ୍କ ଜୀବନ ରକ୍ଷାରେ ସହାୟକ ହୋଇପାରେ। ଏହି ମହତ୍ ବାର୍ତ୍ତାକୁ ନେଇ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ନିକଟସ୍ଥ ଡିଙ୍କିଆରେ ନେତାଜୀ ଯୁବକ ସଂଘ ପକ୍ଷରୁ ଏକ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।
ଡିଙ୍କିଆ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆୟୋଜିତ ଏହି ଶିବିରରେ ଗ୍ରାମର ବହୁ ସ୍ୱେଚ୍ଛାସେବୀ ଉତ୍ସାହର ସହ ଯୋଗଦେଇ ରକ୍ତଦାନ କରିଥିଲେ।
ରକ୍ତଦାନ ଭଳି ମହତ୍ କାର୍ଯ୍ୟ ମାଧ୍ୟମରେ ସମାଜସେବାର ଏକ ଉଦାହରଣ ସୃଷ୍ଟି କରିଛି ନେତାଜୀ ଯୁବକ ସଂଘ। ପୂର୍ବରୁ ୭୦ ୟୁନିଟ୍ ରକ୍ତ ସଂଗ୍ରହରୁ ଆରମ୍ଭ ହୋଇଥିବା ଏହି ଉଦ୍ୟମ ଏବେ ୧୨୦ ୟୁନିଟ୍ରେ ପହଞ୍ଚିଥିବା ବେଳେ ଆଗାମୀ ଦିନରେ ୨୦୦ ୟୁନିଟ୍ ରକ୍ତ ସଂଗ୍ରହ କରିବାକୁ ସଂଘ ଲକ୍ଷ୍ୟ ରଖିଛି।
ରକ୍ତର ପ୍ରତିଟି ବୁନ୍ଦ ଜଣଙ୍କ ପରିବାରରେ ନୂଆ ଆଶା ଭରିପାରେ। ଏହି ମାନବିକ ଚିନ୍ତାଧାରାକୁ ଆଧାର କରି ଯୁବକମାନେ ସମାଜର ହିତ ପାଇଁ ଆଗେଇ ଆସିବା ନିଶ୍ଚିତ ଭାବେ ପ୍ରଶଂସନୀୟ। ନେତାଜୀ ଯୁବକ ସଂଘର ଏହି ଜନହିତକର ପଦକ୍ଷେପକୁ ଅଞ୍ଚଳର ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନେ ସ୍ୱାଗତ କରିଛନ୍ତି। ଡିଙ୍କିଆର ଏହି ରକ୍ତଦାନ ଅଭିଯାନ ଅନ୍ୟ ଯୁବ ସଂଗଠନଗୁଡ଼ିକୁ ମଧ୍ୟ ସମାଜସେବା ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି।