କୁଜଙ୍ଗ / ପଙ୍କପାଳ, 25/10/2026, ଉତ୍କଳ voice news - utkalvoicenews.com( ପାରାଦୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ ) :
ତାରିଖ: ୨୫/୧୦/୨୦୨୬ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ପଙ୍କପାଳ ଛକରେ ତିନୋଟି ଗୋରୁ ବୋଝେଇ ଏକ ଗାଡ଼ିକୁ ଜବତ କରିଛି କୁଜଙ୍ଗ ଥାନା ପୋଲିସ।
ଏହି ଘଟଣାରେ ଗାଡ଼ିର ଚାଳକ ଓ ତାଙ୍କର ଜଣେ ସହଯୋଗୀଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, OD 21 S 8703 ନମ୍ବର ବିଶିଷ୍ଟ ଏକ ଗାଡ଼ିରେ ତିନୋଟି ଗୋରୁ ନିଆଯାଉଥିବା ଖବର ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ କୁଜଙ୍ଗ ପୋଲିସକୁ ଦେଇଥିଲେ। ଏହି ସୂଚନା ପାଇବା ପରେ ପୋଲିସ ପଙ୍କପାଳ ଛକରେ ପହଞ୍ଚି ଗାଡ଼ିଟିକୁ ଜବତ କରିଥିଲା।
ଏହି ଘଟଣାରେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ଶେଖର ଭାଇ, ନଗେନ୍ଦ୍ର ଭାଇ, ନୃସିଂହ ଭାଇ, ବବୁଲୁ ଭାଇ, ନନ୍ଦୁ ଭାଇ ଓ ମାନସ ଭାଇ ପୋଲିସକୁ ସୂଚନା ଦେବା ସହ ସହଯୋଗ କରିଥିବା ଜଣାପଡ଼ିଛି।
ଜବତ ଗାଡ଼ିକୁ କୁଜଙ୍ଗ ଥାନାକୁ ନିଆଯାଇଥିବା ବେଳେ ଉଦ୍ଧାର ହୋଇଥିବା ତିନୋଟି ଗୋରୁଙ୍କୁ ଗୋଶାଳାକୁ ପଠାଯାଇଛି।
ଏନେଇ କୁଜଙ୍ଗ ଥାନାରେ ମାମଲା ରୁଜୁ ହୋଇଥିବା ଏବଂ ଘଟଣାର ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।