ଯାଜପୁର, 25/10/2026, ଉତ୍କଳ voice news - utkalvoicenews.com ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
_1792947429.jpg)
ତା - ୨୫/୧୦/୨୦୨୬ : ବଡ଼ଚଣା ବ୍ଲକ ଅନ୍ତର୍ଗତ କଳାଶ୍ରୀ ଗୋପାଳପୁର ସ୍ଥିତ ମାତୃକୃପା ଭବନ ଠାରେ ମାତୃକୃପା ଏମ୍ପାୱାରମେଣ୍ଟ ଫାଉଣ୍ଡେସନ ତରଫରୁ ଫାଉଣ୍ଡେସନର ପ୍ରତିଷ୍ଠାତା ଜୟନ୍ତୀ ସାମଲଙ୍କ ନେତୃତ୍ୱରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଦର୍ପଣ ତହସିଲଦାର୍ ମାନସ କୁମାର ତ୍ରିପାଠୀ ଓ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ଦିଲ୍ଲିପ କୁମାର ମହାନ୍ତି ଯୋଗଦେଇ ଉଦଘାଟନ କରିଥିଲାବେଳେ ସମ୍ମାନିତ ଅତିଥି ଭାବେ ବାଲିଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ଅମୀୟ ସାହାଣୀ,ନଳୀପୁର ପଂଚାୟତ ସରପଞ୍ଚ ସେକ୍ ଅବୁଦୁଲ ଗନୀ, ଗୋପାଳପୁର ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ଚିନ୍ମୟ କୁମାର ଶାନ୍ତି,କୁଞ୍ଜ ବିହାରୀ ଜେନା, ରବିନ୍ଦ୍ର ସାମଲ ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୂଖ୍ୟ ହିମାଂଶୁ ଶେଖର ସାମଲ, ଫାଉଣ୍ଡେସନ ର ସଭାପତି ସୈମ୍ୟ ରଞ୍ଜନ ପରିଡ଼ା,ସହ ପ୍ରତିଷ୍ଠାତା ଉତ୍ତମ ଦାସ, ମହେନ୍ଦ୍ର କୁମାର ସାମଲ, ହଳଧର ସାହୁ, ଉପଦେଷ୍ଟା କମିଟିର ସଭ୍ୟ ସନ୍ତୋଷ କୁମାର ଜେନା, ମହେନ୍ଦ୍ର ଶାନ୍ତି, ଉପସଭାପତି କାଳନ୍ଦୀ ମହାନ୍ତି, ପ୍ରକାଶ ଚନ୍ଦ୍ର ପ୍ରଧାନ ,ସହ ସମ୍ପାଦକ ସଙ୍ଗୀତା ସାମଲ, ରଶ୍ମିତା ଦାସ, କୋଷାଧ୍ୟକ୍ଷ ମୃତ୍ୟୁଜୟ ସିଂହ, ସଂଯୋଜକ ଦିବ୍ୟ ରଞ୍ଜନ ବାରିକ୍ ପ୍ରମୁଖ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମରେ ସୁଧାଂଶୁ ଶେଖର ସାମଲ, ଉମାକାନ୍ତ ପାଢ଼ୀ, ପ୍ରଶାନ୍ତ ମହାନ୍ତି, ସନ୍ତୋଷ କୁମାର ସାମଲ, ପ୍ରତାପ ବେହେରା, ଦୁଷ୍ମନ୍ତ ଧଳ, ଜିତେନ୍ଦ୍ର ରାଉତ,ମାନସ ବେହେରା, ସୁଧାଂଶୁ ସାହୁ, ସାଇବାବା ଓମେନ୍ସ ଟ୍ରଷ୍ଟ ମୂଷାଟିଗିରି ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଶିବିର ରେ ଶହେ ୟୁନିଟ୍ ରୁ ଉର୍ଦ୍ଧ ରକ୍ତ ସଂଗ୍ରହ ହୋଇଥିଲା।