ଏରସମା, 28/03/2025, ଉତ୍କଳ voice news - utkalvoicenews.com
ବିଜୁ ସ୍ୱ।ସ୍ଥ କାର୍ଡର ସମସ୍ତ ପଇସା ଖର୍ଚ୍ଚ ସରିଛି।କର୍କଟ ରୋଗରେ ପୀଡିତ ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ଏମିତି

ଅଵସ୍ଥା ଦେଖିବାକୁ ମିଳିଛି ଏରସମା ବ୍ଲକ ଅନ୍ତର୍ଗତ ପୋଖରୀଆପଡା ଗ୍ରାମ ପଞ୍ଚାୟତ ଶ୍ରୀ ଚନ୍ଦନପୁର ଗ୍ରାମର ରତ୍ନାକର ଦାସ l ଗତବର୍ଷ ପେଟ ବିନ୍ଧୁ ଥିବାରୁ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ଦୁଃଖର କଥା ବାୟୋସ୍ପି ପରେ କ୍ୟାନସର ଜଣା ପଡିଥିଲା। ଡ଼ାକ୍ତରଙ୍କ ପରାମର୍ଶ ଅନୁଯାୟୀ ଅପରେସନ କରାାଇଥିବା ବେଳେ ବିଜୁ ସ୍ୱlସ୍ଥ କାର୍ଡର ସମସ୍ତ ପଇସା ଖର୍ଚ୍ଚ ସରିଛି। ବର୍ତ୍ତମାନ ଅର୍ଥର ଅଭାବ ଯୋଗୁ ମେଡିକାଲ ଟ୍ରିଟମେଣ୍ଟ ପାଇଁ ଅର୍ଥ ସାଜିଛି ବାଧକ। ପରିବାର କହିଲେ ତାଙ୍କର ପତ୍ନୀଙ୍କ ସହିତ ଗୋଟିଏ ପୁତ୍ର ।ପୁଅ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ପାଠ ପଢ଼ିବାପାଇଁ ଅର୍ଥର ଘୋର ଅଭାବ। ରତ୍ନାକର ପରଘରେ ମଜୁରୀ ଲାଗି ତାଙ୍କର ପରିବାର ପ୍ରତିପୋଷଣ କରିଥାନ୍ତି। ଜମି ବିକିବା ପାଇଁ ଚାହୁଁଥିଲେ ମଧ୍ୟ ତାଙ୍କର ଭାଇମାନେ ସେମାନଙ୍କ ପିଲାଧରି କଟକରେ ରହୁଥିବାରୁ ଜମି ବିକ୍ରି ହୋଇ ପାରୁନାହିଁ। ଚାଳଘର ଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଅଛନ୍ତି।ଅର୍ଥ ପାଇଁ ଗଣମାଧ୍ୟମ ଜରିଆରେ ଆକୁଳ ନିବେଦନ କରିଥିବା ବେଳେ ସରକାର ତୁରନ୍ତ ସହାୟତା ଯୋଗାଇଦେବାକୁ ଦାବି ହୋଇଛି। ଏଥି ସହିତ କୈlଣସି ସଂସ୍ଥା କିମ୍ବା କୈlଣସି ବଦାନ୍ୟ ବ୍ୟକ୍ତି ଆକାଉଣ୍ଟ ନଂ ୦୫୭୭୨୦୧୭୦୦୦୦୧୩୯୪୪ ରେ ପଠେଇବା ସହିତ ମୋବାଇଲ ନଂ ୭୭୩୫୬୮୫୮୯୮ ମାଧ୍ୟମରେ ଯୋଗାଯୋଗ କରିବାକୁ ରତ୍ନାକରଙ୍କ ପତ୍ନୀ ଓ ଏକମାତ୍ର ପୁତ୍ର ଆକୁଳ ନିବେଦନ କରିଛନ୍ତି।