ଯାଜପୁର, 25/10/2026, ଉତ୍କଳ voice news - utkalvoicenews.com ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :

ତା - ୨୫/୧୦/୨୦୨୬ :
ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ ମତେ ଧର୍ମଶାଳା ଅବକାରୀ ବିଭାଗ ଥାନା ପକ୍ଷରୁ ଚଳିତ ମାସ ୨୩ ତାରିଖ ଶୁକ୍ରବାର ସନ୍ଧ୍ୟାରେ ଉପ ନିରୀକ୍ଷକ ଦେବସ୍ମିତା ନାୟକଙ୍କ ନେତୃତ୍ବରେ ଓ କାର୍ଯ୍ୟାଳୟ କର୍ମୀ ସହ ଉପ ନିରୀକ୍ଷକ ଜଗନ୍ନାଥ ବେଶ୍ରା ଓ କନେଷ୍ଟବଳ ଶିଶିର କୁମାର ପ୍ରଧାନଙ୍କ ସହଯୋଗିତାରେ ଧର୍ମଶାଳାର ବିଭିନ୍ନ ଅଞ୍ଚଳ ଉପରେ ଚଢ଼ାଉ କରି ୨ ବାଇକ୍ ସହ ୧୪୫ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇ ୨ ଜଣ ଆସାମୀଙ୍କୁ ୨୪ ତାରିଖ ଶନିବାର ଦିନ ଅଦାଲତ ଚାଲାଣ କରାଯାଇଛି। ସର୍ବଶେଷ ଖବର ଅନୁସାରେ ଗତକାଲି ଉପ ନିରୀକ୍ଷକ ଦେବସ୍ମିତା ନାୟକ କୌଣସି ସୂତ୍ରରୁ ଖବର ପାଇ ବାଲିସାହି ଛକରେ ଜଣେ ଚୋରା ମଦ ବ୍ୟବସାୟୀ ଏକ ବାଇକ୍ ଯୋଗେ ମଦ ନେଉଥିଲେ। ଟିମ୍ ପକ୍ଷରୁ ଚଢ଼ାଉ କରି ଚୋରା ମଦ ବ୍ୟବସାୟୀ ରୋକିବା ସମୟରେ ବ୍ୟସାୟୀ ଜଣକ ବାଇକ୍ ଛାଡ଼ିଦେଇ ଚମ୍ପଟ୍ ମାରି ଥିଲେ। ଘଟଣା ସ୍ଥଳରୁ ବାଇକ୍ କବ୍ଜା କରିବା ସହ ୪୫ ଲିଟର ଦେଶୀ ମହୁଲି ମଦ ଜବତ କରି ବିଭାଗୀୟ ଥାନା ପକ୍ଷରୁ ୧୬୧/୨୬ ରେ ଏକ ମାମଲା ରୁଜ୍ଜୁ କରାଯାଇଛି। ଠିକ୍ ସେହପରି ଓସରା ଛକ ଠାରେ ବର୍ତ୍ତଣ୍ଡା ଗ୍ରାମର ଚନ୍ଦନ ମଲ୍ଲିକ ଚୋରା ମଦ ନେଉଥିବା ବେଳେ ଟିମ୍ ପକ୍ଷରୁ ଚଢ଼ାଉ କରି ଚାଳକ ସହିତ ବାଇକ୍ କବ୍ଜା କରି ୬୦ ଲିଟର ମଦ ଜବତ କରିବା ସହ ୧୬୨/୨୬ ରେ ଏକ ମାମଲା ପଞ୍ଜିକରଣ କରାଯାଇ ଆସାମୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୁନଶ୍ଚ ଓସରା ଛକର ଅନ୍ୟ ଏକ ସ୍ଥାନରୁ ଚନ୍ଦାପୁର ଗ୍ରାମର ମନୋଜ ମଲ୍ଲିକ ୪୦ ଲିଟର ଚୋରା ମହୁଲି ମଦ ନେଉଥିବା ବେଳେ ଟିମ୍ ପକ୍ଷରୁ ମଦ ଜବତ୍ କରି ତାଙ୍କ ବିରୁଦ୍ଧରେ ୧୬୩/୨୬ ରେ ଏକ ମାମଲା ରୁଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଧର୍ମଶାଳା ଅବକାରୀ ବିଭାଗ ଥାନା ପକ୍ଷରୁ ଏଭଳି ଅତର୍କିତ ଚଢ଼ାଉ ଚୋରା ମଦ ବେପାରୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି।