ଏରସମା, 26/10/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ତା - ୨୬/୧୦ : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତର କଣ୍ଟେଇନାଳୀ ଗ୍ରାମରେ ମା’ ବୈଦେହୀ ଯୁବ ପରିଷଦ ପକ୍ଷରୁ ୧୨ତମ ବାର୍ଷିକ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଏହି ଅବସରରେ ଗ୍ରାମରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବାବେଳେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଛି।

ପୂଜାର ପାରମ୍ପରିକ ରୀତିନୀତି ଅନୁଯାୟୀ, ମା’ ଗଜଲକ୍ଷ୍ମୀଙ୍କ ବିମାନକୁ ପୂଜା ମଣ୍ଡପରୁ ଘଣ୍ଟଘଣ୍ଟା, ବାଜା, ବାଣ ଓ ସଂକୀର୍ତ୍ତନ ସହ ଏକ ବିରାଟ ପଟୁଆରରେ ବଟବାବାଙ୍କ ମଠ ପୋଖରୀ ନିକଟକୁ ନିଆଯାଇଥିଲା। ସେଠାରେ ପୂଜାର କର୍ତ୍ତା ସୁଦର୍ଶନ ରାଉତ ତାଙ୍କ ଧର୍ମପତ୍ନୀ ସୁଭଦ୍ରା ସ୍ୱାଇଁ ପାରମ୍ପରିକ ବିଧି ଅନୁସାରେ ପୂଜାର୍ଚ୍ଚନା କରିଥିଲେ। ପରେ ବଟବାବାଙ୍କ ନଦୀ ନିକଟରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। କଳସ ଯାତ୍ରା ପୂଜା ମଣ୍ଡପରେ ପହଞ୍ଚିବା ପରେ ଜଗତଜନନୀ ମା’ ଗଜଲକ୍ଷ୍ମୀଙ୍କ ପୂଜାବିଧି ଆରମ୍ଭ ହୋଇଥିଲା।
ଏହି ପୂଜା ଉତ୍ସବରେ କଣ୍ଟେଇନାଳୀ ଗ୍ରାମର ମା’ ବୈଦେହୀ ଯୁବ ପରିଷଦର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସାମୂହିକ ଭାବେ ଯୋଗଦେଇ ଭକ୍ତି ଓ ଉଲ୍ଲାସର ସହ ମା’ଙ୍କ ଆରାଧନା କରୁଛନ୍ତି।ପ୍ରତିଦିନ ସଂଧ୍ୟାରେ ମା,ଙ୍କ ପାଖରେ ଭଜନ ସଂକୀର୍ତ୍ତନ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି। ଏଥିସହିତ ତିନିଦିନ ଧରି ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।
ପୂଜା ଉତ୍ସବକୁ ସୁଚାରୁ ରୂପେ ପରିଚାଳନା କରିବାରେ ପରିଷଦର ସଭାପତି ସୁଦର୍ଶନ ରାଉତ, ସମ୍ପାଦକ ଭଜମନ ସ୍ୱାଇଁ, କୋଷାଧ୍ୟକ୍ଷ ରାକେଶ କୁମାର ଦଳାଇଙ୍କ ସମେତ ସୁବାଷ ଦଳାଇ, ନରେଶ ବରାଳ, ତାପସ ଦଳାଇ, ରାଜେଶ ଦଳାଇ, ସରୋଜ କୁମାର ବିଶ୍ୱାଳ, ପବିତ୍ର ନାଥ, ସଞ୍ଜୟ ନାଥ, ବାଦଲ ମହାପାତ୍ର, ପ୍ରମୋଦ ମଲ୍ଲିକ, ରଶ୍ମିରଞ୍ଜନ ମହାନ୍ତି, କୁବେର ଜେନା, ବୈରାଗୀ ବିଶ୍ୱାଳ, ତପନ ଦଳାଇ, ବିଭୂରଞ୍ଜନ ଦଳାଇ, ସର୍ବେଶ୍ୱର ଦଳାଇ, ଘନଶ୍ୟାମ ଦାସ, ଅଭିନାଶ ଜେନା, ବିନୋଦ ଦଳାଇ, ପ୍ରଦ୍ୟୁମ୍ନ ଦାସ, ରାକେଶ ମହାପାତ୍ର, ଉପେନ୍ଦ୍ର ସୂତାର, ବାବାଜୀ ନାଥ, ଦିଲ୍ଲୀପ ଦାସ ଓ ନବଘନ ବରାଳଙ୍କ ସମେତ ପରିଷଦର ଅନ୍ୟ ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରୁଛନ୍ତି।
ଅଞ୍ଚଳବାସୀଙ୍କ ସହଯୋଗରେ ପୂଜା ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରାଯାଉଥିବାରୁ ଗ୍ରାମରେ ଏକ ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି।