ବାଲିତୁଠ, 27/10/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଏରସମା ବ୍ଲକ ଅନ୍ତର୍ଗତ ବାଲିତୁଠ ଠାରେ ମହାବୀର ବଣିକ ସଂଘ ପକ୍ଷରୁ ୧୩ ତମ ଗଜଲଷ୍ମୀଙ୍କ ପୂଜା ଧୁମ୍ ଧାମରେ ପାଳିତ ହୋଇଯାଇଛି। ମା ଗଜଲଷ୍ମୀ ପୂଜାଙ୍କର ନୀତିନିୟମ ଅନୁସାରେ ଗଜଲଷ୍ମୀପୂଜା ମଣ୍ଡପ ନିକଟରୁ ମା ଗଜଲଷ୍ମୀଙ୍କର ବିମାନ ମାଧ୍ୟମରେ ଘଣ୍ଟ ଘଣ୍ଟି ବାଜା ବାଣ କିର୍ତ୍ତନ ସହିତ ବିରାଟ ପଟୁଆରରେ ଯାଇ ବାଲିତୁଠ ନଦୀ ନିକଟରେ ମା ଗଜଲଷ୍ମୀପୂଜା କର୍ତ୍ତା ବସନ୍ତ କୁମାର ସାହୁ ପୂଜାର୍ଚ୍ଚନା କରିସାରିବା ପରେ ବାଲିତୁଠ ନଦୀ ନିକଟରୁ ଏକ କଳସୀ ଯାତ୍ରାରେ ଆସି ଗଜଲଷ୍ମୀପୂଜା ମଣ୍ଡପ ନିକଟରେ ପହଞ୍ଚିବାପରେ ଜଗତଜନନୀ ମା ଗଜଲଷ୍ମୀଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥାଏ। ମା ଗଜଲକ୍ଷ୍ମୀ ପୂଜାରେ ବାଲିତୁଠ ମହାବୀର ବଣିକ ସଂଘ ଭାଇ ମାନେ ଅତି ଆନନ୍ଦ ଉଲ୍ଲାସର ସହିତ ମା ଗଜଲଷ୍ମୀଙ୍କ ପୂଜା କରିଥିଲେ। ବାଲିତୁଠ ଗଜଲଷ୍ମୀପୂଜା ୧୩ ବର୍ଷରେ ପଦାର୍ପଣ କରିଛି। ଏଠାରେ ଭକ୍ତ ମାନଙ୍କର ଭିଡ ଦେଖିବାକୁ ମିଳିଥାଏ ।ପୂଜାରେ ତିନିଦିନ ଧରି ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥାଏ। ମହାବୀର ବଣିକ ସଂଘର ସଭାପତି ସଞ୍ଜୟ କୁମାର ମହାନ୍ତି,ସମ୍ଫାଦକ ରବିନ୍ଦ୍ର କୁମାର ବେହେରା, କେଷାଧ୍ୟକ୍ଷ ଅଜୟ କୁମାର ମିଶ୍ରଙ୍କ ସମେତ ୧୨ ଜଣିଆ ଷ୍ଟାଣ୍ଡୀଙ୍ଗ୍ କମିଟି ମେମ୍ବର ପରିକ୍ଷିତ ମହାନ୍ତି, ଲକ୍ଷ୍ମୀକାନ୍ତ ଦାସ,ସଞ୍ଜୟ ସ୍ୱାଇଁ, ବାପି ରଞ୍ଜନ ପ୍ରଧାନ, ଅକ୍ଷୟ କୁମାର ସ୍ୱାଇଁ, ସଂଗ୍ରାମ ମହାପାତ୍ର, ନବଜ୍ୟୋତି ତ୍ରିପାଠୀ, ବେଣୁଧର ନାୟକ,ବିପିନ ରାଉଳ,ବିକାଶ ସାହୁଙ୍କ ସମେତ ସମସ୍ତ ସଦସ୍ୟ ଏବଂ ବାଲିତୁଠର ଅଞ୍ଚଳବାସୀଙ୍କ ସହଯୋଗରେ ମା ଗଜଲଷ୍ମୀଙ୍କ ପୂଜା ଶାନ୍ତି ଶୃଙ୍ଖଳାର ସହିତ ମା ଙ୍କ ପୂଜା ଉତ୍ସବକୁ ପରିଚାଳନା କରୁଛନ୍ତି।