ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ା ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ

ବୁଗୁଡ଼ା, 29/03/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ବୁଗୁଡ଼ା ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ସମ୍ପାଦକ ପଦବୀ ବ୍ୟତୀତ ପୂର୍ବରୁ ଅନ୍ୟ ସବୁ ପଦବୀ ରେ ପ୍ରାର୍ଥୀ ମାନେ ଅପ୍ରତିଦ୍ବନ୍ଦି ଭାବେ ନିର୍ବାଚିତ ହୋଇଥିବା ବେଳେ ଆଜି କେବଳ ସମ୍ପାଦକ ପଦବୀ ନିମନ୍ତେ ମାନସ ରଞ୍ଜନ ଦାଶ ଓ ସିମାଞ୍ଚଳ ନନ୍ଦ ଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା l ଏଥିରେ ମାତ୍ର ଗୋଟିଏ ଭୋଟ ବ୍ୟବଧାନ ରେ ସିମାଞ୍ଚଳ ନନ୍ଦ ବିଜୟୀ ହୋଇଥିଲେ l ପୂର୍ବରୁ ନିର୍ଦ୍ବନ୍ଦ ରେ ସଭାପତି ଭାବେ ଅମର ପଟ୍ଟନାୟକ,ଉପସଭାପତି ଭାବେ ସତ୍ୟନାରାୟଣ ମିଶ୍ର,ସହସମ୍ପାଦକ ଭାବେ ଶ୍ରୀକାନ୍ତ କୁମାର ଶତପଥି,କୋଷାଧକ୍ଷ ଭାବେ ରବିନ୍ଦ୍ର ବେହେରା,କାର୍ଯ୍ୟକାରୀ ସଦସ୍ୟ ଭାବେ ମନୋଜ କୁମାର ପାଣିଗ୍ରାହୀ,ଦୁର୍ଗାମାଧବ ପଣ୍ଡା,ସଂଗ୍ରାମ କୁମାର ପାତ୍ର ନିର୍ବାଚିତ ହୋଇଥିବା ଜଣାପଡିଛି l ନିର୍ବାଚନ ଅଧିକାରୀ ଭାବେ ପ୍ରକାଶଚନ୍ଦ୍ର ଭୂୟାଁ,ସହନିର୍ବାଚନ ଅଧିକାରୀ ଭାବେ କାହ୍ନୁ ଚରଣ ସାହୁ ଦାୟିତ୍ୱ ନିର୍ବାହ କରିଥିବା ବେଳେ ବରିଷ୍ଠ ଓକିଲ ସରୋଜ ସାହୁ, ହର ଦାଶ,ସରୋଜ ଦାଶ, ଅନିଲ ପଟ୍ଟନାୟକ,ଭକ୍ତ ରାମ ଦାଶ, ବନବାସୀ ମହାରଣା ପ୍ରମୁଖ ବହୁ ଓକିଲ ଉପସ୍ଥିତ ଥିଲେ l
Article Image
1