ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାହାମା ଓ ଜଗତସିଂହପୁର ପାଇଁ ଗୌରବ, ସିସିଆଇ ରାଜ୍ୟ ସଭାପତି ହେଲେ ଡଃ ବେହେରା

କୁଜଙ୍ଗ , 27/10/2026, ଉତ୍କଳ voice news - utkalvoicenews.com(ପାରାଦୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ) :
Article Image
ତା - ୨୭/୧୦/୨୦୨୬ : ଜଗତସିଂହପୁର ଜିଲ୍ଲାର ସମାଜସେବୀ ତଥା ଆଇନଜୀବୀ ଡଃ ସୁନାକର ବେହେରାଙ୍କୁ ଭାରତୀୟ ଉପଭୋକ୍ତା ମହାସଂଘ (ସିସିଆଇ)ର ଓଡ଼ିଶା ରାଜ୍ୟ ସଭାପତି ଭାବେ ମନୋନୀତ କରାଯାଇଛି। ସଂଗଠନର ଜାତୀୟ ଅଧ୍ୟକ୍ଷ ଡଃ ଅନନ୍ତ ଶର୍ମା ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଥିବା ଜଣାପଡ଼ିଛି। ଡଃ ବେହେରା ବିଭିନ୍ନ ସାମାଜିକ ଓ ଜନସଚେତନତାମୂଳକ କାର୍ଯ୍ୟକ୍ରମ ସହ ଜଡ଼ିତ ରହି ଉପଭୋକ୍ତାଙ୍କ ଅଧିକାର ଓ କଲ୍ୟାଣ ପାଇଁ କାର୍ଯ୍ୟ କରିଆସୁଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ସଡ଼କ ସୁରକ୍ଷା, ସାଇବର ଠକେଇ ପ୍ରତିରୋଧ ଏବଂ ଦୁର୍ନୀତିମୁକ୍ତ ସମାଜ ଗଠନ ଭଳି ବିଷୟରେ ସଚେତନତା ସୃଷ୍ଟି କରିବା ସହ ଉପଭୋକ୍ତାଙ୍କ ଆଇନଗତ ଅଧିକାର ସମ୍ପର୍କରେ ମାର୍ଗଦର୍ଶନ ଦେବାରେ ସେ ଗୁରୁତ୍ୱ ଦେଇଆସିଛନ୍ତି। ଏଥିସହ ସେ ଜାତୀୟ ଉପଭୋକ୍ତା କଲ୍ୟାଣ ପରିଷଦ ସମିତିର ଜାତୀୟ ସମ୍ପାଦକ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଥିବା ଉଲ୍ଲେଖ କରାଯାଇଛି। ସମାଜସେବା ଓ ଜନକଲ୍ୟାଣମୂଳକ କାର୍ଯ୍ୟ ପାଇଁ ସେ ବିଭିନ୍ନ ସ୍ତରରେ ସମ୍ମାନିତ ହୋଇଥିବା ମଧ୍ୟ ସୂଚନା ମିଳିଛି।
Article Image
ତାଙ୍କୁ ଏହି ନୂତନ ଦାୟିତ୍ୱ ମିଳିବା ପରେ ବିଭିନ୍ନ ରାଜନୈତିକ, ସାମାଜିକ ଓ ସାମ୍ବାଦିକ ସଂଗଠନର ପ୍ରତିନିଧି, ଆଇନଜୀବୀ ଏବଂ ବୁଦ୍ଧିଜୀବୀମାନେ ଶୁଭେଚ୍ଛା ଜଣାଇଛନ୍ତି। ଏହି ନିଯୁକ୍ତି ମାଧ୍ୟମରେ ଓଡ଼ିଶାରେ ଉପଭୋକ୍ତାଙ୍କ ଅଧିକାର ସୁରକ୍ଷା ଓ ଜନସଚେତନତା କାର୍ଯ୍ୟକ୍ରମ ଆହୁରି ସୁଦୃଢ଼ ହେବ ବୋଲି ଆଶା ପ୍ରକାଶ ପାଇଛି।
14