ତିର୍ତ୍ତୋଲ, 27/10/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) : ତିର୍ତ୍ତୋଲ ଅଞ୍ଚଳର ତେନ୍ତୁଳିପଦା ଗ୍ରାମର ବିଶିଷ୍ଟ ଗୀତିକବି, ସୁସାହିତ୍ୟିକ ତଥା ‘ଦିଗବଳୟ’ର ସମ୍ପାଦକ ସ୍ୱର୍ଗତ ଅଜୟ କେତନ ମହାନ୍ତିଙ୍କ ବିୟୋଗରେ ତିର୍ତ୍ତୋଲ କୁମାର ଉତ୍ସବ ମଞ୍ଚରେ ଏକ ଶୋକସଭା ଓ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସାମାଜିକ, ସାହିତ୍ୟିକ ଓ ସାଂସ୍କୃତିକ ସଂଗଠନର ସଦସ୍ୟମାନଙ୍କ ଉପସ୍ଥିତିରେ ସୁଶ୍ରୀ ଶୁଭଶ୍ରୀର ସମ୍ପାଦିକା ଡଃ ବସନ୍ତ ମଞ୍ଜରୀ ଦାସଙ୍କ ତତ୍ତ୍ୱାବଧାନରେ ଏହି ସଭା ଆୟୋଜିତ ହୋଇଥିଲା।

ଏହି ଶୋକସଭାରେ ତିର୍ତ୍ତୋଲ କୁମାର ଉତ୍ସବର ସଭାପତି ବିମଳ କୁମାର ମହାପାତ୍ର, ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ମହାମଞ୍ଚର ସଭାପତି ଡଃ ଅରୁଣ କୁମାର ପାଣି, ଆଇନଜୀବୀ ତଥା ଆଇନ ପରାମର୍ଶଦାତ୍ରୀ ମଞ୍ଜୁଲତା ରାଉତ, ଯୁଗ୍ମ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷା କନକଲତା ସୂତାର, ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷକ ସୁବାଷ ଚନ୍ଦ୍ର ରାଉତ, ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ, ସଂସ୍କୃତ ଶିକ୍ଷକ ତଥା ଜିଲ୍ଲା ମହାସଂଘର ସମ୍ପାଦକ ବାସବ କୁମାର ନନ୍ଦ, ହେମନ୍ତ କୁମାର ନାୟକ, ପରିବେଶବିତ୍ ଉତ୍କଳ ରଞ୍ଜନ ମହାନ୍ତି, କଟକ ଗୀତିକବି ସାହିତ୍ୟର ସମ୍ପାଦକ ପ୍ରେମଚାନ୍ଦ ମହାନ୍ତି, ଆଇନଜୀବୀ ପ୍ରଶାନ୍ତ କୁମାର ଦାସ, ଡଃ ପ୍ରଶାନ୍ତ କୁମାର ଦାଶ, ‘ବଡ଼ ଖବର’ର ପ୍ରତିନିଧି ଚନ୍ଦ୍ରକାନ୍ତ ବାରିକ, ଆଇନଜୀବୀ ଗତିକୃଷ୍ଣ ପତି, ଡଃ ଲକ୍ଷ୍ମୀକାନ୍ତ ଆଚାର୍ଯ୍ୟ, ସୁଶ୍ରୀ ଶୁଭଶ୍ରୀର ସଭାପତି ପ୍ରେମଚରଣ ରାଉତ, ଇଞ୍ଜିନିୟର ପଦ୍ମନାଭ ରାଉତ, ସାରସ୍ୱତ ମହାମଞ୍ଚର ସମ୍ପାଦକ ପ୍ରଶାନ୍ତ କୁମାର ସେଠୀ, ଗଙ୍ଗୋତ୍ରୀର ସମ୍ପାଦକ କୈଳାସ ଚନ୍ଦ୍ର ପ୍ରଧାନଙ୍କ ସମେତ ବହୁ ସାମ୍ବାଦିକ ଓ ସାହିତ୍ୟପ୍ରେମୀ ଯୋଗଦେଇଥିଲେ। ଉପସ୍ଥିତ ଅତିଥି ଓ ସଦସ୍ୟମାନେ ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତିଚାରଣ କରିବା ସହ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରି ନୀରବ ପ୍ରାର୍ଥନା କରିଥିଲେ। ତାଙ୍କ ବିୟୋଗରେ ସାହିତ୍ୟ ଓ ସାଂସ୍କୃତିକ ଜଗତରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନକୁ ଉପସ୍ଥିତ ବ୍ୟକ୍ତିମାନେ ସ୍ମରଣ କରିଥିଲେ।