ତିର୍ତୋଲ, 28/10/2026, ଉତ୍କଳ voice news - utkalvoicenews.comରିପୋର୍ଟ୍ - ( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ) :

ତିର୍ତୋଲ--ଭୁବନେଶ୍ୱର କଳିଙ୍ଗ ନଗର ସ୍ଥିତ ସୋଆୟୁନିଭରସିଟି ପରିସରରେ OPS ଦ୍ୱାରା ଅକ୍ଟୋବର 23 ରୁ 25 ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଏକ ବିଶାଳ ଫଟୋ ଫେୟାର ଅନୁଷ୍ଠିତ ହୋଇଯାଇଅଛି । ଏହା OPS ର ସଭାପତି ଶ୍ରୀଯୁକ୍ତ ମିଥୁନ କୁମାର ଜେନା ଏବଂ ମ୍ୟାନେଜମେଣ୍ଟ ଙ୍କ ଦ୍ଵାରା ସମ୍ପାଦିତ ହୋଇଥିଲା ।
ଏଥିରେ ଦେଶ ବିଦେଶର ଅନେକ ଖ୍ୟାତି ସମ୍ପନ୍ନ ଫଟୋଗ୍ରାଫି ସାମଗ୍ରୀ ପ୍ରସ୍ତୁତକାରୀ ସଂସ୍ଥା ମାନେ ସେମାନଙ୍କର ଉନ୍ନତ ମାନର ସାମଗ୍ରୀ ପ୍ରଦର୍ଶନ କରିଥିଲେ | ଏଥିରେ ଦେଶର ଓ ରାଜ୍ୟର ବହୁ ସ୍ଥାନରୁ ବିଭିନ୍ନ ଫଟୋଗ୍ରାଫର ସଂଗଠନ ମାନେ ଏଥିରେ ଯୋଗ ଦେଇଥିଲେ । OPS ଯାହାକି ରାଜ୍ୟର ଏକ ଦୃଢ଼ ଓ ବିଶାଲ ସଙ୍ଗଠନ, ତାହାର ସ୍ବତନ୍ତ୍ର ନିମନ୍ତ୍ରଣ କ୍ରମେ ଓଡ଼ିଶାର ରୁ ଅନେକ ପଦାଧୂକାରୀ ଓ କିଛି ବରିଷ୍ଠ ଫଟୋଗ୍ରାଫର, ଯୁବ ଫଟୋଗ୍ରାଫର, ମହିଳା ଫଟୋଗ୍ରାଫର , ଦିବ୍ୟାଙ୍ଗ ଫଟୋଗ୍ରାଫର ଙ୍କୁ ସମ୍ମାନୀତ କରାଯାଇଥିଲା । OPS ର ନିମନ୍ତ୍ରଣକ୍ରମେ ଜଗତ୍ସିଂହପୁର ଜିଲ୍ଲାରୁ JPVM ASSOVIATION ର ସଭାପତି ଶ୍ରୀଯୁକ୍ତ ଚକ୍ରଧର ମଲ୍ଲିକ ଙ୍କ ସହମତିରେ ଜଗତ୍ସିଂହପୁର ଜିଲ୍ଲା ତିର୍ତ୍ତୋଲ ବଜାର ରେ ଅବସ୍ଥିତ ଷ୍ଟୁଡିଓ ପୁଷ୍ପା ଗ୍ରାଫିକ୍ସ ର ସତ୍ଵାଧିକାରୀ ତଥା ମହିଳା ଫଟୋଗ୍ରାଫର ପୁଷ୍ପାଞ୍ଜଳି
ଛୋଟରାୟ ଙ୍କୁ ନିମନ୍ତ୍ରଣ କରାଯାଇ ସମ୍ମାନୀତ କରାଯାଇଥିଲା । ପୁଷ୍ପାଞ୍ଜଳି ଙ୍କୁ JPVM AASOCIATION ର ସମ୍ପାଦକ ଶ୍ରୀଯୁକ୍ତ ରାଜକିଶୋର ପ୍ରଧାନ କୃତଜ୍ଞତା ଜ୍ଞାପନ ଜଣାଇଥିଲେ ।