ଜଗତସିଂହପୁର, 29/03/2025, ଉତ୍କଳ voice news - utkalvoicenews.com

ଜଗତସିଂହପୁର ପରିସରରେ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଏବଂ ବାର୍ଷିକ ଉତ୍ସବ ମହା ସମାରୋହରେ ଶୁକ୍ରବାର ଦିନ ଆୟୋଜିତ ହୋଇ ଯାଇଛି । ସମାରୋହ ର ପ୍ରଥମ ପର୍ବରେ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ବେହେରାଙ୍କ ଦ୍ଵାରା ଉଦ୍ଘାଟିତ ହୋଇ ଉଚ୍ଚ ପ୍ରଶସିଂତ ହୋଇଥିଲା । ଏଥିରେ ଅଙ୍ଗନୱାଡ଼ି କର୍ମୀ, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିକ୍ଷକ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଏବଂ ଗୁରୁ-ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା । ଏହି ଶିକ୍ଷଣ ସାମଗ୍ରୀ ଷ୍ଟଲ ଗୁଡ଼ିକୁ ଜଗତସିଂହପୁର ମଣ୍ଡଳ ଶିକ୍ଷା ଅଧିକାରୀ ମଧୁସ୍ମିତା ପତି, ଅଳକା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶାନ୍ତ ମହାନ୍ତି, ରାହାମା କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଚିତ୍ତରଞ୍ଜନ ସ୍ବାଇଁ ଙ୍କ ଦ୍ଵାରା ମୂଲ୍ୟାୟନ କରାଯାଇଥିଲା । ଜଗତସିଂହପୁର ବ୍ଲକ୍ ସାମଗ୍ରିକ ଭାବେ ପ୍ରଥମ ସ୍ଥାନ ଅଧିକାର କରିଥିଲା ।
ଦ୍ୱିତୀୟ ପର୍ଯ୍ୟାୟ ରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବାର୍ଷିକ ଉତ୍ସବ ' ଚୈତ୍ର ଚିତ୍ର ' ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ବରେ ପାଳନ କରାଯାଇଥିଲା । ଏହି ବାର୍ଷିକ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ମୁଖ୍ୟ ଅତିଥି ଭାବେ ଏବଂ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ନୂଆଦିଲ୍ଲୀର ପ୍ରାଧ୍ୟାପକ ରମାକାନ୍ତ ମହାଲିକ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଭବିଷ୍ୟତର ଶିକ୍ଷକ ତଥା ଗୁରୁ-ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ ହେବା ପରୀପ୍ରେକ୍ଷୀରେ ଦେଶର ଶିକ୍ଷା ବ୍ୟବସ୍ଥାର ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହିତ ସମ୍ମାନିତ ଅତିଥି ଭାବେ ବିଜେବି ସ୍ଵଂୟଶାସିତ ମହାବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡ଼ ଆଶୁତୋଷ ମଲ୍ଲିକ, ଡ଼ ଅଭିଷେକ ଉପାଧ୍ୟାୟ ଏବଂ ଫୁଲବାଣୀ ବିଏଡ୍ କଲେଜ ର ସହକାରୀ ପ୍ରାଧ୍ୟାପକ ଶ୍ରୀ ମନୋଜ କୁମାର ଲେଙ୍କା ଯୋଗଦେଇ ଛତ୍ରଛାତ୍ରୀ ମାନଙ୍କୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ସର୍ବଶେଷରେ ଦ୍ୱିତୀୟ ବର୍ଷର ଗୁରୁ-ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ନାଟକ 'ମରୀଚିକା' ଏବଂ ପ୍ରଥମ ବର୍ଷର ଗୁରୁ-ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା 'କାହାଣୀ କହିବ କିଏ କାହାର' ମଞ୍ଚସ୍ଥ କରାଯାଇଥିଲା । ଦ୍ୱିତୀୟ ବର୍ଷର ଗୁରୁ-ଛାତ୍ରୀ କୃତିରାଣୀ ସାହୁଙ୍କୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ଶ୍ରେଷ୍ଠ ଛାତ୍ରୀର ମାନ୍ୟତା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିଥିବାରୁ ଅଧ୍ୟକ୍ଷ ଶ୍ରୀ ମଲ୍ଲିକ ପ୍ରତିଷ୍ଠାନର ସମସ୍ତ ଗୁରୁ-ଛାତ୍ରଛାତ୍ରୀ ତଥା ସମସ୍ତ କର୍ମଚାରୀଙ୍କୁ ସାଧୁବାଦ୍ ଦେଇଥିଲେ ।