ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

“ମୁଁ ନୁହେଁ, ତୁମେ” ମନ୍ତ୍ରରେ ଏନ୍‌ଏସ୍‌ଏସ୍‌ ଶିବିର ଆରମ୍ଭ

ଢେଙ୍କାନାଳ, 28/10/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ତା - ୨୮/୧୦/୨୦୨୬ : ଛାତ୍ରୀମାନଙ୍କ ମଧ୍ୟରେ ସାମାଜିକ ଦାୟିତ୍ୱବୋଧ, ନେତୃତ୍ୱ ଗୁଣ ଓ ସ୍ୱେଚ୍ଛାସେବା ମନୋଭାବର ବିକାଶ ଲକ୍ଷ୍ୟରେ ଢେଙ୍କାନାଳ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ପକ୍ଷରୁ ସାତଦିନିଆ ସ୍ୱତନ୍ତ୍ର ଶିବିର ଉଦ୍‌ଘାଟିତ ହୋଇଛି। ଶିବିରର ପ୍ରଥମ ଦିନରେ ସ୍ୱେଚ୍ଛାସେବୀଙ୍କ ପଞ୍ଜୀକରଣ, ଏନ୍‌ଏସ୍‌ଏସ୍‌ ପତାକା ଉତ୍ତୋଳନ ଓ ଶିବିରର ଷ୍ଟଲ୍‌ ଉଦ୍‌ଘାଟନ ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷା ଡ. ଶକୁନ୍ତଳା ଜେନା, ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ଅଧିକାରୀ ଡ. ପଙ୍କଜ କୁମାର ବାରିକ, ଜିଲ୍ଲା ଏନ୍‌ଏସ୍‌ଏସ୍‌ ନୋଡାଲ୍‌ ଅଧିକାରୀ ରବର୍ଟ ୱିଲିୟମସନ୍‌ ଭତ୍ରା, ପ୍ରଶାସନିକ ବର୍ସର ଭୁବନେଶ୍ୱର ମୁଦୁଲି ଓ ଶିକ୍ଷାଗତ ବର୍ସର ଡ. ପଦ୍ମନାଭ ପତ୍ରି ଦୀପ ପ୍ରଜ୍ୱଳନ କରି ସଭାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଏନ୍‌ଏସ୍‌ଏସ୍‌ର ଗୁରୁତ୍ୱ, ସାମାଜିକ ସେବା, ନେତୃତ୍ୱ ବିକାଶ ଓ ଗୋଷ୍ଠୀ ଉନ୍ନୟନ ସମ୍ପର୍କରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମ ଅଧିକାରୀ ଡ. ପଙ୍କଜ କୁମାର ବାରିକ ଶିବିରର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଦୈନନ୍ଦିନ କାର୍ଯ୍ୟସୂଚୀ ବିଷୟରେ ସ୍ୱେଚ୍ଛାସେବୀଙ୍କୁ ଅବଗତ କରାଇବା ସହ ସମାଜର କଲ୍ୟାଣ ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଶିବିରର ପ୍ରଥମ ଦିନରେ ସ୍ୱେଚ୍ଛାସେବୀମାନେ ସ୍ୱଚ୍ଛତା ଅଭିଯାନରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏନ୍‌ଏସ୍‌ଏସ୍‌ର ମୂଳମନ୍ତ୍ର “ମୁଁ ନୁହେଁ, ତୁମେ” ଭାବନାକୁ ଆଧାର କରି ସେବା, ସହଯୋଗ ଓ ସାମାଜିକ ସହଭାଗିତା ମାଧ୍ୟମରେ ଜନକଲ୍ୟାଣ ଦିଗରେ କାର୍ଯ୍ୟ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ। ପ୍ରଥମ ଦିନର କାର୍ଯ୍ୟକ୍ରମ ଧନ୍ୟବାଦ ଅର୍ପଣ ସହ ସମାପ୍ତ ହୋଇଥିଲା।
14