ଟିର୍ତ୍ତୋଲ, 29/10/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ତାରିଖ: ୨୮/୧୦/୨୦୨୬ : ଜଗତସିଂହପୁର ଜିଲ୍ଲାରେ ବେଆଇନ ବାଣ ଗଚ୍ଛିତ ରଖି ବିକ୍ରି କରାଯାଉଥିବା ଖବର ପାଇ ଟିର୍ତ୍ତୋଲ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ଅକ୍ଟୋବର ୨୮ ତାରିଖ ଦିନ ପ୍ରାୟ ୧୨ଟା ୫୬ ମିନିଟ୍ରେ ମିଳିଥିବା ସୂଚନା ଆଧାରରେ ସୈଲୋ ପଞ୍ଚାୟତ ଅନ୍ତର୍ଗତ ଗଙ୍ଗାଧରପୁର ଗ୍ରାମର ଜଗନ୍ନାଥ ମନ୍ଦିର ନିକଟରେ ଥିବା ଏକ ଫର୍ଣ୍ଣିଚର କର୍ମଶାଳାରେ ଚଢ଼ାଉ କରାଯାଇଥିଲା। କୁଜଙ୍ଗର ଅତିରିକ୍ତ ତହସିଲଦାର ବ୍ୟୋମକେଶ ପ୍ରଧାନ ଓ ସ୍ୱାଧୀନ ସାକ୍ଷୀଙ୍କ ଉପସ୍ଥିତିରେ ହୋଇଥିବା ଏହି ଚଢ଼ାଉରେ ମୋଟ ୪୦ଟି କାର୍ଟୁନ୍ ବାଣ ଜବତ କରାଯାଇଛି। ଏଥିରେ ୩୦ଟି ବଡ଼ ଓ ୧୦ଟି ଛୋଟ କାର୍ଟୁନ୍ ସହ ବିଭିନ୍ନ ପ୍ରକାରର ୧୬୯ଟି ବାଣ ସାମଗ୍ରୀ ରହିଛି। ଜବତ ବାଣର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି।
ଘଟଣାସ୍ଥଳରୁ ସିବୁନା ଓରଫ୍ ସୁବାଶିଷ ବସନ୍ତିଆ ଫେରାର ଥିବା ଜଣାପଡ଼ିଛି। ପୁଲିସ ଜବତ ବାଣର ତାଲିକା ପ୍ରସ୍ତୁତ କରିବା ସହ କର୍ମଶାଳାକୁ ସିଲ୍ କରିଛି। ଏହି ଘଟଣାରେ ଟିର୍ତ୍ତୋଲ ଥାନାରେ କେସ୍ ନମ୍ବର ୪୭୬, ତାରିଖ ୨୮.୧୦.୨୦୨୬ରେ ମାମଲା ରୁଜୁ ହୋଇଛି। ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।