ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ସମୁଦ୍ର ଅଶାନ୍ତ, ପର୍ଯ୍ୟଟକଙ୍କୁ ସତର୍କ କଲେ ଜିଲ୍ଲାପାଳ ଜେ. ସୋନାଲ

ପାରାଦୀପ, 29/10/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ତା - ୨୮/୧୦/୨୦୨୬ : ବାତ୍ୟାର ପ୍ରଭାବରେ ପାରାଦୀପ ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚ ଜୁଆର ସହ ପ୍ରବଳ ପବନ ଅନୁଭୂତ ହେଉଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ସତର୍କତା ଜାରି କରିଛି ପ୍ରଶାସନ। ଏ ନେଇ ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲ ପର୍ଯ୍ୟଟକମାନଙ୍କୁ ସତର୍କ ରହିବା ସହ ସୁରକ୍ଷା ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି।
Article Image
ସମୁଦ୍ରର ଅଶାନ୍ତ ସ୍ଥିତିକୁ ଦୃଷ୍ଟିରେ ରଖି ପାରାଦୀପ ସମୁଦ୍ର କୂଳରେ ପୋଲିସ ମୁତୟନ କରାଯାଇଛି। ପର୍ଯ୍ୟଟକମାନଙ୍କୁ ସମୁଦ୍ର ଭିତରକୁ ନଯିବା, ଉଚ୍ଚ ଢେଉ ନିକଟକୁ ନଯିବା ଏବଂ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ତେଣୁ ନିଜ ସୁରକ୍ଷା ପ୍ରତି ସଚେତନ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ପର୍ଯ୍ୟଟକଙ୍କୁ ଅନୁରୋଧ କରାଯାଇଛି।
17