ଢେଙ୍କାନାଳ, 30/10/2026, ଉତ୍କଳ voice news - utkalvoicenews.com( ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ ) :

ଢେଙ୍କାନାଳ ସହରର ରତ୍ନବଜାରଠାରେ ମା’ ଲକ୍ଷ୍ମୀଙ୍କ ନିକଟରେ ୧୦୮ ଦୀପଦାନ ସହ ଛପନ ଭୋଗ ଅର୍ପଣ କରାଯାଇଛି। ଏହି ଅବସରରେ ମା’ଙ୍କର ବିଭିନ୍ନ ପୂଜାନୀତି ଶ୍ରଦ୍ଧା ଓ ଭକ୍ତିର ସହକାରେ ସମ୍ପନ୍ନ ହୋଇଥିଲା।
ମଧ୍ୟାହ୍ନରେ ମା’ଙ୍କର ବଡ଼ପୂଜା ନୀତି ଅନୁଷ୍ଠିତ ହେବା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଭକ୍ତମାନଙ୍କ ନିମନ୍ତେ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା। ଏହି ପ୍ରସାଦ ସେବନ କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତ ଯୋଗଦେଇ ଅନ୍ନପ୍ରସାଦ ଗ୍ରହଣ କରିଥିଲେ।
ସନ୍ଧ୍ୟାରେ ମା’ଙ୍କ ଆସ୍ଥାନରେ କ୍ଷୀରି ଓ କାକରା ଭୋଗ ଲାଗି କରାଯିବା ପରେ ଭକ୍ତମାନଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରାଯାଇଥିଲା। ମା’ଙ୍କ ଦର୍ଶନ ଓ ପ୍ରସାଦ ସେବନ ପାଇଁ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା।
ଏହି ପୂଜାକାର୍ଯ୍ୟରେ କଟକ ସିଡିଏରୁ ଆସିଥିବା ପଣ୍ଡିତ କୀର୍ତ୍ତିସେନ ପଣ୍ଡା ପୂଜାବିଧି ସମ୍ପାଦନ କରୁଥିବାବେଳେ ସନ୍ତୋଷ କୁମାର ଅଗ୍ରୱାଲା ମୁଖ୍ୟ କର୍ତ୍ତା ଭାବେ ଦାୟିତ୍ୱ ତୁଲାଉଛନ୍ତି। ସେହିପରି ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି ଓ ସାଧାରଣ ସମ୍ପାଦକ ମନୋଜ କୁମାର ଅଗ୍ରୱାଲା ପୂଜାକାର୍ଯ୍ୟର ପରିଚାଳନା କରୁଛନ୍ତି।
ଧାର୍ମିକ ଆସ୍ଥା, ଭକ୍ତି ଓ ସାମୂହିକ ସହଯୋଗର ପରିବେଶ ମଧ୍ୟରେ ରତ୍ନବଜାରରେ ମା’ ଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଥିଲା।