ଢେଙ୍କାନାଳ, 30/10/2026, ଉତ୍କଳ voice news - utkalvoicenews.com( ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ ) :
ଗତ ୨୫ ତାରିଖରୁ ଆରମ୍ଭ ହୋଇଥିବା ଏହି ପୂଜା ଅବସରରେ ପ୍ରତିଦିନ ମା’ଙ୍କର ବିଧିବଦ୍ଧ ନୀତିପୂଜା ଓ ଆରାଧନା ଅନୁଷ୍ଠିତ ହେଉଛି। ଭକ୍ତି ଓ ଶ୍ରଦ୍ଧାର ସହ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରୁଛନ୍ତି।
ପୂଜା କମିଟିର ସଭାପତି ପ୍ରଫେସର ଡାକ୍ତର ପ୍ରମୋଦ କୁମାର ନାୟକ ଓ ସମ୍ପାଦକ ଜୟନ୍ତ କୁମାର ଦାଶଙ୍କ ତତ୍ତ୍ୱାବଧାନରେ ସମସ୍ତ ପୂଜାକାର୍ଯ୍ୟ ସୁଚାରୁ ରୂପେ ପରିଚାଳିତ ହେଉଛି। ଏଥିରେ କୋଷାଧ୍ୟକ୍ଷ ଶ୍ରୀକାନ୍ତ ନାଏକ, ସହସମ୍ପାଦକ ଦ୍ୱିଜବର ନାଏକଙ୍କ ସମେତ ଗଣେଶ୍ୱର ପୃଷ୍ଟି, ରମାକାନ୍ତ ନନ୍ଦ, ବିଜୟ ନାୟକ, ବସନ୍ତ ନାଏକ, ସୁନିଲ କୁମାର ପାତ୍ର, ସଞ୍ଜୟ କୁମାର ନାଏକ, ଅଜୟ କୁମାର ପ୍ରଧାନ, ବସନ୍ତ ବେହେରା, ଶ୍ୱେତ ବେହେରା ଓ ଦେବରାଜ ନାଏକ ପ୍ରମୁଖ ସଦସ୍ୟ ସକ୍ରିୟ ସହଯୋଗ କରୁଛନ୍ତି।
ପୂଜକ ବିକାଶ କୁମାର ରଥ ମା’ଙ୍କର ସମସ୍ତ ପୂଜାବିଧି ସମ୍ପାଦନ କରୁଛନ୍ତି। ଆସନ୍ତା ମାସ ୪ ତାରିଖରେ ମା’ଙ୍କର ଭସାଣି ଉତ୍ସବ ଆୟୋଜିତ ହେବାକୁ ଥିବାବେଳେ ଏହାକୁ ନେଇ ଆୟୋଜକ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।