ତିର୍ତ୍ତୋଲ, 30/10/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଦୀର୍ଘ ସତେଇଶି ବର୍ଷ ତଳେ ଅନୁଷ୍ଠିତ ପ୍ରଳୟଙ୍କାରୀ ମହାବାତ୍ୟାର ତାଣ୍ଡବରେ ପ୍ରାଣ ହରାଇଥିବା ମୃତକଙ୍କ ଉଦ୍ଦେଶ୍ୟରେ ତିର୍ତ୍ତୋଲ ଏବଂ ଏରସମାର ଅନେକ ଅନୁଷ୍ଠାନ ମା ତାରିଣୀ ମନ୍ଦିର ପରିସରରେ ଏକତ୍ରିତ ହୋଇଥିବାବେଳେ ଶାଗବlରିଆ ଉତ୍କଳମଣି ଗୋପବନ୍ଧୁ ପୂଜ୍ୟ ପୂଜା ସଂସଦ ସଭାପତି ଆଇନଜୀବୀ ସୁଧୀର କୂଅ ମାର ଖୁଣ୍ଟିଆ, ସମ୍ପାଦକ କିଶୋର କୁମାର ଦାସ ସୁଶ୍ରୀ ଶୁଭଶ୍ରୀ ସମ୍ପାଦିକା ଡ଼ଃ ବସନ୍ତ ମଞ୍ଜରୀ ଦାସ, ସଭାପତି ପ୍ରେମ ଚରଣ ରାଉତ, ସାରସ୍ୱତ ମହାମଞ୍ଚ ସଭାପତି ପଣ୍ଡିତ ନାଗୁ ଚରଣ ଦେବତା, ସମ୍ପାଦକ, ପ୍ରଶାନ୍ତ କୁମାର ସେଠୀ, ଗଙ୍ଗୋତ୍ରୀ ସମ୍ପାଦକ କୈଳାସ ଚନ୍ଦ୍ର ପ୍ରଧାନ, ଶିଳନ୍ଦୀ ରଜମହୋତ୍ସବ ସଭାପତି ପ୍ରକାଶ ଚନ୍ଦ୍ର ସାହୁ, ସମାଜସେବୀ ନରେନ କୁମାର ଦାସ, ଉତ୍ତମ ଚରଣ ଦାସ, ବିଷ୍ଣୁ ଚରଣ ସ୍ୱାଇଁ ପ୍ରମୁଖ ଯୋଗଦେଇ ନୀରବ ପ୍ରାର୍ଥନା କରିବା ସହ ସେଦିନର ହୃଦୟଥରା ଦୃଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ l ପରିଶେଷରେ ମହାବାତ୍ୟା ସତlଈଶ ବର୍ଷକୁ ମନେପକାଇ ସତେଇଶ ଗୋଟି ଦୀପ ସମୂହ ଭାବରେ ପ୍ରଜ୍ଜ୍ୱଳନ କରିଥିଲେ l