ବୁଗୁଡ଼ା, 30/10/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
ବୁଗୁଡ଼ା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ରୌପ୍ୟ ଜୟନ୍ତୀ ଉତ୍ସବ ଉପଲକ୍ଷେ ନିର୍ମିତ ସ୍ମାରକୀ ଶୁକ୍ରବାର ଦିନ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ମାରକୀକୁ ଉନ୍ମୋଚନ କରିଥିଲେ।୧୯୯୮ ମସିହାରେ ସ୍ଥାପିତ ଏହି ଶିକ୍ଷାନୁଷ୍ଠାନ ଦୀର୍ଘ ବର୍ଷ ଧରି ଶିକ୍ଷାଦାନ ସହିତ ଛାତ୍ରଛାତ୍ରୀଙ୍କ ନୈତିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ବିକାଶ ଦିଗରେ ନିଜର ଭୂମିକା ନିର୍ବାହ କରିଆସୁଛି। ବିଦ୍ୟାଳୟର ଗୌରବମୟ ଶିକ୍ଷାଯାତ୍ରା ଓ ରୌପ୍ୟ ଜୟନ୍ତୀର ସ୍ମୃତିକୁ ଚିରସ୍ମରଣୀୟ କରି ରଖିବା ଉଦ୍ଦେଶ୍ୟରେ ଏହି ସ୍ମାରକୀ ନିର୍ମାଣ କରାଯାଇଛି।ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା ସମିତିର ସଦସ୍ୟବୃନ୍ଦ, ଅଭିଭାବକ, ସ୍କାଉଟ୍ ଓ ଗାଇଡ୍ର ସଦସ୍ୟମାନଙ୍କ ସମେତ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା ଉପସ୍ଥିତ ରହିଥିଲେ।