ଜଗତସିଂହପୁର, 30/10/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁରରୁ ରୀତା ସାହୁଙ୍କ ରିପୋର୍ଟ ) :
ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ଦେବପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ନିଯୁକ୍ତ ପର୍ଯ୍ୟବେକ୍ଷକ ନିଲାଂଶୁ ଚତୁର୍ବେଦୀ ଯୋଗଦେଇ ଜିଲ୍ଲାରେ ଦଳ ପକ୍ଷରୁ ହୋଇଥିବା ବିଭିନ୍ନ ସାଂଗଠନିକ ଓ ରାଜନୈତିକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ।

ବୈଠକରେ ଦେଶର ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା।
ଏହା ଦେଶର ପ୍ରତ୍ୟେକ ନାଗରିକଙ୍କ ସ୍ୱାର୍ଥ ସହ ଜଡ଼ିତ ଏକ ବଡ଼ ସଂଗ୍ରାମ ବୋଲି ମତ ପ୍ରକାଶ ପାଇଥିଲା। ଏଥିସହ ଭୋଟର ତାଲିକାରେ ସ୍ୱଚ୍ଛତା ଓ ନିରପେକ୍ଷତା ରକ୍ଷା କରିବା ଦାବିରେ ଦଳର ଆନ୍ଦୋଳନକୁ ଆହୁରି ଜୋରଦାର କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଦଳୀୟ ପକ୍ଷରୁ ଚେତାବନୀ ଦିଆଯାଇଥିଲା।
ଏହି ବୈଠକରେ ଓପିସିସି ସାଧାରଣ ସମ୍ପାଦକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ବିଶ୍ୱଜିତ ଦାସ, ଓପିସିସି ସମ୍ପାଦକ ତଥା ଜିଲ୍ଲା ସହପ୍ରଭାରୀ ମାନସ କର, ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ଇଂ. ହିମାଂଶୁ ଭୂଷଣ ମଲ୍ଲିକ, ଓପିସିସି ସମ୍ପାଦକ ବିରେନ କୁମାର ଦଳାଇ ଏବଂ ଜିଲ୍ଲା କଂଗ୍ରେସ ମୁଖପାତ୍ର ହେମନ୍ତ ରଥ ପ୍ରମୁଖ ଯୋଗଦେଇଥିଲେ।
ସେହିପରି ଜିଲ୍ଲା କଂଗ୍ରେସର ଉପସଭାପତି ଅମ୍ବିକା ପ୍ରସାଦ ଦାସ, ପ୍ରଶାନ୍ତ ଦାସ, ଅକ୍ଷୟ କୁମାର ମହାନ୍ତି, ସୁବ୍ରତ ରାୟ ଓ ମହମ୍ମଦ ଅବଦୁଲ ୱାହିଦ; ସାଧାରଣ ସମ୍ପାଦକ ଧନଞ୍ଜୟ ସୂତାର, ବିଦ୍ୟାଧର ବାରିକ, ଅବନିକାନ୍ତ ମହାରଣା ଓ ଆର୍ତ୍ତବନ୍ଧୁ ବିଶ୍ୱାଳ; ସମ୍ପାଦକ ପ୍ରହ୍ଲାଦ ବିଶ୍ୱାଳ, ବିମଳ କୁମାର ସେଠୀ, ଅଞ୍ଜନ ଜେନା, ଦିଲ୍ଲୀପ କୁମାର ମାହାର, ବୃନ୍ଦାବନ ପ୍ରଧାନ, ରୂପଶ୍ରୀ ରାଗିଣୀ ଦାସ, ସୌଭାଗ୍ୟ ବିଶ୍ୱାଳ, ମନମୋହନ ଗୋଚ୍ଛାୟତ, ସରୋଜିନୀ ପରିଜା, ବସନ୍ତ ନାୟକ, ପବିତ୍ର କୁମାର ମନ୍ତ୍ରୀ, ଜିତୁ ନାରାୟଣ ସାହୁ ଓ ଗଙ୍ଗାଧର ନାୟକ ଉପସ୍ଥିତ ଥିଲେ।
ଏଥିସହ କିଷାନ ସେଲ୍ ସଭାପତି ବିଭୂତି ଭୂଷଣ ଲେଙ୍କା, ନଗର କଂଗ୍ରେସ ସଭାପତି ପ୍ରଶାନ୍ତ ମହାପାତ୍ର, ନାଉଗାଁ ବ୍ଲକ କଂଗ୍ରେସ ସଭାପତି ବିଚିତ୍ରାନନ୍ଦ ଲେଙ୍କା, ବାଲିକୁଦାର ମହନି ଚରଣ ରାଉତ, କୁଜଙ୍ଗ ବ୍ଲକ କଂଗ୍ରେସ ସଭାପତି ଶ୍ରୀକାନ୍ତ ଦାସ, ପାରାଦୀପ ନଗର କଂଗ୍ରେସ ସଭାପତି କେଦାରନାଥ ବିଶ୍ୱାଳ, ବିରିଡ଼ି ବ୍ଲକ କଂଗ୍ରେସ ସଭାପତି ପ୍ରିୟବ୍ରତ ମିଶ୍ର, ରଘୁନାଥପୁର ବ୍ଲକ କଂଗ୍ରେସ ସଭାପତି ଆର୍ତ୍ତତ୍ରାଣ ପଣ୍ଡା, ତିର୍ତ୍ତୋଲ ବ୍ଲକ କଂଗ୍ରେସ ସଭାପତି ସଫି ଆଜମ୍ ଓ ଜଗତସିଂହପୁର ବ୍ଲକ କଂଗ୍ରେସ ସଭାପତି ଜ୍ଞାନରଞ୍ଜନ ପୃଷ୍ଟିଙ୍କ ସମେତ ଡଃ. ଜଗଦାନନ୍ଦ, ଦେବବ୍ରତ ତ୍ରିପାଠୀ, ସ୍ମୃତିରଞ୍ଜନ ମହାନ୍ତି, ପ୍ରତ୍ୟୁଷ ନାୟକ, ସୁଶୀଲ କୁମାର ଦାଶ, ରିଙ୍କୁ ପାଳ, ସୁଭାଷିଷ ସ୍ୱାଇଁ ଓ ସାଇ ପ୍ରଭଞ୍ଜନ ମହାପାତ୍ରଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଯୋଗଦେଇଥିଲେ।
ବୈଠକରେ ଜିଲ୍ଲାରେ ଦଳୀୟ ସଂଗଠନକୁ ଅଧିକ ସକ୍ରିୟ ଓ ସୁଦୃଢ଼ କରିବା ସହ ଆଗାମୀ ଦିନରେ ବିଭିନ୍ନ ଜନସମସ୍ୟା ଓ ଗଣତାନ୍ତ୍ରିକ ପ୍ରସଙ୍ଗକୁ ନେଇ ଜନସମ୍ପର୍କ ଓ ଆନ୍ଦୋଳନକୁ ଜାରି ରଖିବା ଉପରେ ଆଲୋଚନା ହୋଇଥିଲା।