ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଭାରତର ଏକତା ଓ ଅଖଣ୍ଡତାର ପ୍ରତୀକ -ସର୍ଦାର ପଟେଲ ଜଗତସିଂହପୁର

ଜଗତସିଂହପୁର, 31/10/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ତା ୩୧/୧0 : ସଦର ବ୍ଲକ ଆନ୍ତର୍ଗତ ଓଡିଶାଗଡ଼ ସ୍ଥିତ ପ୍ରଫୁଲ୍ଲ ପାଠାଗାର ପରିସରରେ ଯୁବା ଭାରତ ମିଳତ ଆନୁକୂଲ୍ୟ ରେ ସର୍ଦାର ପଟେଲ ଙ୍କ ୧୫୧ ତମ ଜୟନ୍ତୀ ଶିକ୍ଷାବିତ ତଥା ସଭାପତି ବିଜୟ କୁମାର ପତି ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯଇଛି.ଏହି ସଭା ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ବିଶ୍ୱ ବିଜୟିନୀ ପଟନାୟକ,ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ବଂଶୀଧର ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଲଷ୍ମୀଧର ପ୍ରଧାନ,ପ୍ରଦ୍ୟୁମ୍ନ କୁମାର ସାହୁ,ସୁରେନ୍ଦ୍ର କୁମାର ରାୟ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରି ସର୍ଦାର ପଟେଲ ଙ୍କ ବହୁମୁଖୀ ପ୍ରତିଭା ଓ କାର୍ଯ୍ୟାବଳୀ ଉପରେ ବିସ୍ତୃତ ଆଲୋଚନା କରିଥିଲେ।ଏହି ଉପଲକ୍ଷ୍ୟ ସ୍ଥାନୀୟ ବିଜୁ ପଟନାୟକ କଲେଜ ର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଆୟୋଜିତ ଓଡ଼ିଆ ବକ୍ତୃତା ଓ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇ ଥିଲା.ଏହି ଅବସରରେ ଉପସ୍ଥିତ ଥିବା ବରିଷ୍ଠ ନାଗରିକ ଛାତ୍ରଛାତ୍ରୀ ଓ ଅତିଥି ମାନେ ଏକତା ସଂକଳ୍ପ ର ଶପଥ ପାଠ କରିଥିଲେ ଏହି ସଭାରେ ଶିକ୍ଷାବିତ ସତ୍ୟ ବାଦୀ ଦାସ,ଆଇନଜୀବୀ ଶିବ ପ୍ରସାଦ ମାଝୀ ପ୍ରସନ୍ନ କୁମାର ମିଶ୍ର,ରାମ ଚନ୍ଦ୍ର ଆଚାର୍ଯ୍ୟ,ରମେଶ ଚନ୍ଦ୍ର ସାହୁ ସଞ୍ଜୟ କୁମାର ସାମନ୍ତ ସିଂହାର ପ୍ରତାପ କୁମାର ରାଉତରାୟ ଏବଂ ଅନେକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ.ଶେଷରେ ପବିତ୍ର ମୋହନ ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ.
17