ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପିଏମ୍ ଶ୍ରୀ ବଡ଼ଚଣା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶୀତ କାଳୀନ ଛାୟା ବିଧାନସଭା କାର୍ଯ୍ୟକ୍ରମ ଅନୁଷ୍ଠିତ।

ଯାଜପୁର, 01/11/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ବଡଚଣା ଶିକ୍ଷା ମଣ୍ଡଳ ଅଧୀନ ର ପିଏମ୍ ଶ୍ରୀ ବଡଚଣା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶୀତ କାଳୀନ ଛାୟା ବିଧାନସଭା କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହ, ଆଗ୍ରହ ଏଵଂ ଆନନ୍ଦମୟ ପରିବେଶ ରେ ଆୟୋଜିତ ହୋଇଯାଇଛି। ଏହି ଅଭିନବ ଶିକ୍ଷାମୂଳକ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ବହୁ ଛାତ୍ର ଛାତ୍ରୀ ଯୋଗ ଦେଇ ବିଧାନସଭା ର ବିଭିନ୍ନ ପଦପଦବୀ ଓ ଦାୟିତ୍ଵ କୁ ନିଜ ଅଭିନୟ ମାଧ୍ୟମ ରେ ସଫଳତା ର ସହିତ ତୁଲାଇଥିଲେ। କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ର ଛାତ୍ରୀ ମାନଙ୍କୁ ଦେଶର ଗଣତନ୍ତ୍ର, ବିଧାନସଭା ର କାର୍ଯ୍ୟ ପ୍ରଣାଳୀ, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ନାଗରିକ ଙ୍କ ଦାୟିତ୍ଵ ଓ ଅଧିକାର ସମ୍ପର୍କ ରେ ପ୍ରାୟୋଗିକ ଜ୍ଞାନ ପ୍ରଦାନ କରିବା। ଏହି ଶୀତକାଳୀନ ଛାୟା ଅଧିବେଶନ ମାଧ୍ୟମ ରେ ଛାତ୍ର ଛାତ୍ରୀ ମାନେ ଗଣତନ୍ତ୍ର ବିଷୟ ରେ ପ୍ରତ୍ୟେକ୍ଷ ଭାବରେ ଅନୁଭବ କରିବାର ସୁଯୋଗ ପାଇଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଭାବେ ଛାତ୍ର ଵିନୋଦ ସେଠୀ, ଉପମୁଖ୍ୟମନ୍ତ୍ରୀ ଭାବେ ସ୍ୱାଗତିକା ପୃଷ୍ଟି, ବାଚସ୍ପତି ଭାବେ ଦିଶାରାଣୀ ରାଏ, ବିରୋଧୀ ଦଳ ନେତା ହିସାବ ରେ ଗଙ୍ଗୋତ୍ରୀ ଓଝା ଅଂଶଗ୍ରହଣ କରିଥିଲେ। ସେହିପରି ମନ୍ତ୍ରୀ ମଣ୍ଡଳ ର ସଦସ୍ୟ ହିସାବ ରେ ଶିକ୍ଷାମନ୍ତ୍ରୀ ଭାବେ ଅସୀମା ପଣ୍ଡା, କ୍ରୀଡ଼ାମନ୍ତ୍ରୀ ଭାବେ ଦିବ୍ୟାଂଶୁ ଆଚାର୍ଯ୍ୟ, କୃଷି ଓ ଖାଦ୍ୟ ମନ୍ତ୍ରୀ ଭାବେ ଅଦ୍ୟାଶା ଦାଶ, ସଂସ୍କୃତି ମନ୍ତ୍ରୀ ଭାବେ ଆଦିତ୍ୟ ସିଂହ, ଆଇନ୍ ମନ୍ତ୍ରୀ ଭାବେ ଲକ୍ଷ୍ମୀପ୍ରିୟା ମଲ୍ଲିକ , ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହିସାବ ରେ ଲକ୍ଷ୍ମୀ ପ୍ରଧାନ, ଶକ୍ତି ମନ୍ତ୍ରୀ ଭାବେ ଖୁସି ଦାସ, ଗ୍ରାମାଞ୍ଚଳ ଓ ପଞ୍ଚାୟତରାଜ ମନ୍ତ୍ରୀ ଭାବେ ବର୍ଷା ପ୍ରିୟଦର୍ଶିନୀ , ବିପର୍ଯ୍ୟୟ ଓ ପରିଚାଳନା ମନ୍ତ୍ରୀ ଭାବେ ଛାତ୍ରୀ ବିଶ୍ୱରେଖା ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସେହିପରି ବିରୋଧୀ ଦଳ ର ସଦସ୍ୟ ହିସାବ ରେ ଶୁଭଶ୍ରୀ ଦାଶ, ଜୀବନ ଜ୍ୟୋତି ଲେଙ୍କା, ସ୍ମୁରିରଞ୍ଜନ ଲେଙ୍କା, ପୁଷ୍ପା ପ୍ରଧାନ, ଲିପ୍ସା ଅଭିସାରିକା ସାମଲ, ଚାନ୍ଦିନୀ ସେଠୀ, ଦୀପଶିଖା ମହାନ୍ତି, ବିନୋଦିନୀ ଗୋଚ୍ଛାୟତ, ସ୍ମୃତିମୟୀ ସାମଲ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହା ଶୀତକାଳୀନ ଛାୟା ଅଧିବେଶନ ରେ ବିରୋଧୀ ଦଳ ର ନେତା ମାନେ ବିଭିନ୍ନ ପ୍ରଶ୍ନ ଉତ୍ଥାପନ କରିଥିଲେ ଓ ଏହାର ଉତ୍ତର ରେ ସଂପୃକ୍ତ ମନ୍ତ୍ରୀ ମାନେ ନିଜର ମତ ଉପସ୍ଥାପନା କରିଥିଲେ। ବିଶେଷ କରି ବିଦ୍ୟାଳୟ ର ଉନ୍ନତି ଓ ଶିକ୍ଷା ବ୍ୟବସ୍ଥା ସମ୍ପର୍କିତ ବିଷୟ ଗୁଡ଼ିକୁ ଏହି ଛାୟା ବିଧାନସଭା ରେ ପ୍ରାଥମିକତା ଦିଆଯାଇଥିଲା। ଶେଷରେ ଏହି କାର୍ଯ୍ୟକ୍ରମ ରେ ଉତ୍ତମ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମ ର ସଭାପତି ତଥା ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସ୍ମୃତିରଞ୍ଜନ ଆଚାର୍ଯ୍ୟ, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ପ୍ରଦ୍ୟୁମ୍ନ କୁମାର ଓଝା ଓ ସଦସ୍ୟ ସଦସ୍ୟା ଏବଂ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଉପସ୍ଥିତି ରେ ପୁରସ୍କାର ପ୍ରଦାନ କରାଯାଇଥିଲା। ବିରୋଧୀ ଦଳ ର ସଦସ୍ୟ ମାନଙ୍କ ମଧ୍ୟରୁ ଗଙ୍ଗୋତ୍ରୀ ଓଝା ପ୍ରଥମ, ବିନୋଦିନୀ ଗୋଚ୍ଛାୟତ ଦ୍ଵିତୀୟ, ସ୍ମୃତିମୟୀ ସାମଲ ତୃତୀୟ ଏବଂ ଶୁଭଶ୍ରୀ ଦାଶ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ସେହିପରି ଭାବେ ଶାସକ ମାନଙ୍କ ମଧ୍ୟରୁ ଖୁସି ଦାଶ ଙ୍କୁ ଶ୍ରେଷ୍ଠ ଶାସକ ଭାବରେ ଚୟନ କରାଯାଇଥିଲା।, ଏହା ସହିତ ବିନୋଦ ସେଠୀ ପ୍ରଥମ, ସ୍ୱାଗତିକା ପୃଷ୍ଟି ଦ୍ଵିତୀୟ, ଆଦିତ୍ୟ ସିଂହ ତୃତୀୟ ଏଵଂ ଲକ୍ଷ୍ମୀପ୍ରିୟା ମଲ୍ଲିକ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ପରିଶେଷ ରେ କାର୍ଯ୍ୟକ୍ରମ ର ସଭାପତି ଶ୍ରୀଯୁକ୍ତ ସ୍ମୃତିରଞ୍ଜନ ଆଚାର୍ଯ୍ୟ ସମସ୍ତ ପ୍ରତିଯୋଗୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯଥା ଶ୍ରୀଯୁକ୍ତ ଶୈଳେଶ କୁମାର ମିଶ୍ର, ଶ୍ରୀମତୀ ମାମିନା ଅନୁରଞ୍ଜନୀ, ଶ୍ରୀମତୀ ନମିତା ସାହୁ, ଶ୍ରୀଯୁକ୍ତ ବିକାଶ ଚନ୍ଦ୍ର ମହାପାତ୍ର, ଶ୍ରୀମତୀ ଗୀତାଞ୍ଜଳୀ ସାହୁ, ଶ୍ରୀମତୀ ସୁଜେତା ସୁଖଦାୟୀନି ଆଚାର୍ଯ୍ୟ, ଶ୍ରୀମତୀ ଅରୁଣା ଦାଶ, ଶ୍ରୀମତୀ ମମତା ରାଣୀ ଖୁଣ୍ଟିଆ, ଶ୍ରୀମତୀ ଦୀପ୍ତିମୟୀ ରାଉତ,ଶ୍ରୀମତୀ ଅଞ୍ଜଳି ମହାନ୍ତି, ଶ୍ରୀମତୀ ରଶ୍ମିତା ସାହୁ, ଶ୍ରୀମତୀ ପ୍ରଜ୍ଞା ପାରମିତା ସେଠୀ, ଶ୍ରୀମତୀ ଗୀତାଞ୍ଜଳୀ ନାୟକ ପ୍ରମୁଖ ସହଯୋଗ କରିଥିଲେ।
14