କୁଜଙ୍ଗ , 01/11/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ତାରିଖ : ୩୧/୧୦/୨୦୨୬ :
ଏହି ଅବସରରେ କୁଜଙ୍ଗ ଥାନା ଅଧିକାରୀ ଶିବାଶିଷ ଦାସ, ଏସ୍ଆଇ ଅଜୟ ଅର୍ଜୁନ ଖଣ୍ଡଗିରି, ଏଏସ୍ଆଇ ପ୍ରମୋଦ କୁମାର ଉଦୟ ସିଂହ, ମହିଳା ଏଏସ୍ଆଇ ଅଲିଶା ପ୍ରତିଭା ମିଞ୍ଜଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ରହି ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ।
ସେହିପରି କୁଜଙ୍ଗ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଚିତ୍ତରଞ୍ଜନ ସାହୁ, ସହ ପ୍ରଶାସନିକ ଅଧିକାରୀ ଡାକ୍ତର ସସ୍ମିତା ସାହୁ, ଡାକ୍ତର ଚନ୍ଦ୍ର ଆପୋଲୋ ମହାନ୍ତି, ଅଧ୍ୟାପିକା ରଶ୍ମି ମିଶ୍ର ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ ଶିଶିର ଚନ୍ଦ୍ର ସ୍ୱାଇଁଙ୍କ ସମେତ ଅନ୍ୟ ଅଧ୍ୟାପକ ଓ କର୍ମଚାରୀମାନେ ଯୋଗଦେଇଥିଲେ।
ପରେ କୁଜଙ୍ଗ ଥାନା ପରିସରରେ ଏକତା ଦିବସ ପାଳନ ସହ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ରକ୍ଷା କରିବା ସହ ନାଗରିକଙ୍କ ମଧ୍ୟରେ ଭାଇଚାରା ଓ ସମନ୍ୱୟ ବଜାୟ ରଖିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ।
କାର୍ଯ୍ୟକ୍ରମ ଶେଷରେ ଆୟୋଜକଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଏଭଳି ଏକତା ଦୌଡ଼ ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମ, ଶୃଙ୍ଖଳା ଓ ଜାତୀୟ ଏକତାର ଭାବନାକୁ ଦୃଢ଼ କରିବାରେ ସହାୟକ ହେବ। ଏହା ସମାଜରେ ଏକତା ଓ ସମନ୍ୱୟର ଭାବନାକୁ ମଜବୁତ କରିବା ସହ ଏକ ସୁଦୃଢ଼ ଓ ସମୃଦ୍ଧ ରାଷ୍ଟ୍ର ଗଠନ ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା।