ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବଡ଼ଚଣା ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ।

ଯାଜପୁର, 01/11/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ତା - ୧/୧୧/୨୦୨୬ : ବଡ଼ଚଣା ଶିକ୍ଷା ମଣ୍ଡଳ ଅନ୍ତର୍ଗତ ବିଶ୍ୱେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ,ଚଣ୍ଡିତଳ ପରିସରରେ ବଡ଼ଚଣା ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବଡ଼ଚଣା ମଣ୍ଡଳ ଶିକ୍ଷା ଅଧିକାରିଣୀ ସୁଶ୍ରୀ ଲୋପାମୁଦ୍ରା ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ ଯୋଗଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବଡ଼ଚଣା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ନିରଞ୍ଜନ ସେନାପତି,ଉପାଧ୍ୟକ୍ଷ ବିଭାଷ ଚନ୍ଦ୍ର ନନ୍ଦ,ବଡ଼ଚଣା ବିଡ଼ିଓ ରବୀନ୍ଦ୍ର କୁମାର ପ୍ରଧାନ,ଚଣ୍ଡିତଳ ପଞ୍ଚାୟତ ସରପଞ୍ଚ ସାଗରୀକା ବିହାରୀ,ବିଶ୍ୱେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ,ଚଣ୍ଡିତଳର ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ନାୟକ,ମହାବିନାୟକ ବିଦାୟନର ପ୍ରଧାନ ଶିକ୍ଷୟିତ୍ରୀ ବନିତା ବିଶ୍ୱାଳ,ପିଏମଶ୍ରୀ ବଡ଼ଚଣା ସରକାରୀ ଉଚ୍ଚ ବିଦ୍ୟାଳୟ, ଖଇରାର ପ୍ରଧାନ ଶିକ୍ଷକ ସ୍ମୃତି ରଞ୍ଜନ ଆଚାର୍ଯ୍ୟ,ପଞ୍ଚସଖା ସେତୁ ସଭାପତି ତ୍ରିଲୋଚନ ମହାନ୍ତି,ପରିଚାଳନା କମିଟି ସଭାପତି ସୁନୀଲ କୁମାର ଦାସ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ।ଏଥିରେ ବଡ଼ଚଣା କ୍ରୀଡା ସମ୍ପାଦକ ଗଗନ ବାରିକ୍ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ କଳକଳା ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ରଞ୍ଜନ କୁମାର ସାହୁ ମଞ୍ଚ ପରିଚାଳନା ଓ ପିଏମଶ୍ରୀ ବଡ଼ଚଣା ସରକାରୀ ଉଚ୍ଚ ବିଦ୍ୟାଳୟ, ଖଇରାର କ୍ରୀଡା ଶିକ୍ଷକ ଶୈଳେଶ ମିଶ୍ର ଧନ୍ୟବାଦ ଦେଇଥିଲେ। ଏଥିରେ ବଡ଼ଚଣାର ୬୫ ଗୋଟି ବିଦ୍ୟାଳୟର ୨୫୩ ଜଣ ଛାତ୍ର ଛାତ୍ରୀ ଖୋଖୋ ଓ କ୍ରିକେଟ ଖେଳରେ ଅଂଶ ଗ୍ରହଣ କରିଥିଲେ।ଖୋଖୋ ଖେଳରେ ୧୭ ବର୍ଷରୁ କମ ଓ ୧୪ ବର୍ଷରୁ କମ ବାଳକ ବାଳିକା ଓ କ୍ରିକେଟରେ ୧୭ ବର୍ଷରୁ କମ ବାଳକ ଅଂଶ ଗ୍ରହଣ କରିଥିଲେ।
15