ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସଚେତନ ନାଗରିକ ସମାଜ ଓ ସିଦ୍ଧ ମହାପୁରୁଷ ପାଠାଗାର ମିଳିତ ଆନୁକୁଲ୍ୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ।

ଯାଜପୁର, 02/11/2026, ଉତ୍କଳ voice news - utkalvoicenews.com ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ତା - ୧/୧୧/୨୦୨୬ : ବଡ଼ଚଣା ବ୍ଲକ ଅନ୍ତର୍ଗତ ପାଥପୁର ମା ' ଦୁର୍ଗା ମଣ୍ଡପରେ ସଚେତନ ନାଗରିକ ସମାଜ ଓ ଶ୍ରୀ ଶ୍ରୀ ସିଦ୍ଧ ମହାପୁରୁଷ ପାଠାଗାର, ପଥରନାସି, ରଇପୁର ମିଳିତ ଆନୁକୁଲ୍ୟରେ ରାଷ୍ଟ୍ରୀୟ ଏକତା ଦିବସ ୨୦୨୬ ପାଳିତ ହୋଇଅଛି। ଏହାକୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ ବିଶିଷ୍ଟ ଶିକ୍ଷାବିତ୍ ତ୍ରିଲୋଚନ ସେନାପତି। ସଚେତନ ନାଗରିକ ସମାଜ ର ସଭାପତି ଉମେଶ ଚନ୍ଦ୍ର ସେନାପତି ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଖ୍ୟାତନାମା ଶିକ୍ଷାବିତ୍ ତ୍ରିଲୋଚନ ସେନାପତି, ମୁଖ୍ୟ ବକ୍ତା ଭାବେ କଳାକାର ଓଡ଼ିଶାର ସଭାପତି ସତ୍ୟବ୍ରତ ପୁହାଣ, ସ୍ଵତନ୍ତ୍ର ଅତିଥି ଭାବେ ବର୍ଷୀୟାନ ଶିକ୍ଷାବିତ୍ ପିତାମ୍ବର ସେନାପତି,ସମ୍ମାନିତ ଅତିଥି ଭାବେ ବରିଷ୍ଠ ସମାଜସେବୀ ବସନ୍ତ କୁମାର ସ୍ବାଇଁ, ଦୁର୍ଗା ପୂଜା କମିଟିର ସଭାପତି ସୁଦାମ ଚରଣ ଦଳାଇ, ଯୁବ ସମାଜସେବୀ ବିମଳ ସେନାପତି ଯୋଗ ଦେଇ ୧୫୧ ତମ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀରେ ଜାତୀୟ ଏକତାର ମହା ମନ୍ତ୍ର ପ୍ରଦାନ କରିବା ସହ ଏକ ଭାରତ, ଶ୍ରେଷ୍ଠ ଭାରତ, ବିକଶିତ ଭାରତ ଗଠନ ପାଇଁ ନିଜକୁ ସମର୍ପଣ କରିବା ପାଇଁ ଆହ୍ଵାନ ଦେଇଥିଲେ। ଏହି ରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ଭାଗ ନେଇଥିବା ବୟୋଜ୍ୟେଷ୍ଠ ପ୍ରତିଭା ନିତ୍ୟାନନ୍ଦ ଦଳାଇ, ଅନନ୍ତ ଦଳାଇ, ଇନ୍ଦ୍ରମଣି ଦଳାଇ, ମାଗୁଣି ଦଳାଇ, ନଟବର ଦଳାଇ, ମହାଦେବ ଦଳାଇ, ରଙ୍କନିଧି ଦଳାଇ, ଝୁମୁରି ଦଳାଇ, ନଳିନୀ ଦଳାଇ, ଶରଣ ଦଳାଇ, ଶ୍ୟାମସୁନ୍ଦର ଦଳାଇ, ମୂରଲୀଧର ଦଳାଇ, ତ୍ରିଲୋଚନ ଦଳାଇ ପ୍ରମୁଖଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗ୍ରାମର ଏକ ଶହରୁ ଅଧିକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ପ୍ରମାଣ ପତ୍ର, ଖାତା, ପେନ୍ ଆଦି ପାଠ୍ୟ ଉପକରଣ ଓ ମିଷ୍ଟାନ୍ନ ବଣ୍ଟନ କରଯାଇଥିଲା। ଜୀବନବ୍ୟାପୀ ସାହିତ୍ୟ ସାଧନା ଓ ସମାଜ ସେବା ପାଇଁ ଅନୁଷ୍ଠାନ ତରଫରୁ ସୁସାହିତ୍ୟିକ ସତ୍ୟବ୍ରତ ପୁହାଣଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀ ଶ୍ରୀ ସିଦ୍ଧ ମହାପୁରୁଷ ପାଠାଗାରର ମୁଖ୍ୟ ସଂଯୋଜକ ପଣ୍ଡିତ ଭୂପେଶ କୁମାର ସେନାପତି ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିବା ବେଳେ ସମ୍ପାଦକ ଆର୍ନ୍ତଜାତୀୟ ଖ୍ୟାତିସଂପନ୍ନ କବି ହିମାଂଶୁ ଭୂଷଣ ଜେନା ଅତିଥି ପରିଚୟ ଓ ସଂପାଦକୀୟ ବିବରଣୀ ପାଠ କରିଥିଲେ। ଶିକ୍ଷକ ବିଜୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ରାଷ୍ଟ୍ରୀୟ ଏକତା ଦିବସ ପାଳନ କାର୍ଯ୍ୟକ୍ରମରେ ଗ୍ରାମର ଆବାଳବୃଦ୍ଧବନିତା ସାମିଲ ହୋଇଥିଲେ।
16