ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅନ୍ତର୍ଦୋୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ ।

ବୁଗୁଡ଼ା, 30/03/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ନିର୍ଦେଶ କ୍ରମେ ଆଜି ବୁଗୁଡା ବ୍ଳକରେ ନିରୀହ ଭିନ୍ନକ୍ଷମ,ବିକଳାଙ୍ଗ,ବିଧବା ଆଦି ପରିବାରକୁ ସରକାରଙ୍କ ଅନ୍ତର୍ଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ୧୨୬ ଜଣ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି । ବିଡ଼ିଓ ଦ୍ଵିତୀକୃଷ୍ଣ ପାତ୍ରଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥିଭାବେ ପୋଲସରା ବିଧାୟକ ତଥା ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦାନ ପୂର୍ବକ ଶୁଭାରମ୍ଭ କରି ବୁଗୁଡ଼ା ବ୍ଲକର ୧୨୬ ଜଣ ହିତାଧିକାରୀ ଙ୍କୁ ଗୃହ କାର୍ଯ୍ୟlଦେଶ ପ୍ରଦାନ କରିଛନ୍ତି।ବହୁଦିନ ପରେ ଅସହାୟ ଙ୍କ ଘର ତୋଳିବାର ସ୍ବପ୍ନ ପୁରଣ ହୋଇଥିବାରୁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ହିତାଧିକାରୀ । ଏହି ଯୋଜନା ମାଧ୍ଯମରେ କେହିବି ବଞ୍ଚିତ ରହିବେ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବୁଗୁଡ଼ା ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ ନିଳମାଧବ ଆଚାରୀ,ହର ସାହୁ, ମଦନ ଗୋପାଳ ଦୋରା, ସିମାଞ୍ଚଳ ନନ୍ଦ ସମେତ ବହୁ ସରପଞ୍ଚ,ସମିତି ସଭ୍ୟା/ସଭ୍ୟ ଉପସ୍ଥିତ ଥିବାବେଳେ ବ୍ଳକର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।
1