ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆଗୁଆ ସତର୍କ ସୂଚନା ଜାରି କଲା ବାଘୁଆ ଜଳସେଚନ ପ୍ରଶାସନ

ବୁଗୁଡ଼ା, 02/11/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ସମ୍ଭାବ୍ଯ ବାତ୍ୟା “ମୁରାସୁ”କୁ ଦୃଷ୍ଟିରେ ରଖି ସ୍ଥାନୀୟ ବାଘୁଆ ଜଳସେଚନ ଉପବିଭାଜନ ପକ୍ଷରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱ ଜୀବନ ମହାପାତ୍ର ବାଘୁଆ ଜଳ ଭଣ୍ଡାରରୁ ଯେକୈଣସି ସମୟରେ ବାଘୂଆ ନଦୀଗର୍ଭକୁ ବନ୍ୟାଜଳ ଛାଡିବା ସକାଶେ ରବିବାର ସନ୍ଧ୍ୟାରେ ଡାକବାଜି ଯନ୍ତ୍ର ଯୋଗେ ଆଗୁଆ ସତର୍କ ସୂଚନା ଜାରି କରିଥିବା ଜଣାଯାଇଛି l ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜଳସେଚନ ବିଭାଗର ପ୍ରଶାସନିକ ଅଧିକାରୀମାନଙ୍କୁ ଏଥି ସକାଶେ ସତର୍କ ରହିବାକୁ କୁହାଯାଇଛି l ଲଘୁଚାପ ଜନିତ ବର୍ଷା ଯୋଗୁଁ ଜଳ ଭଣ୍ଡାରରେ ଜଳ ପତ୍ତନ ବୃଦ୍ଧି ଆଶଙ୍କାରେ ବନ୍ୟା ନିୟନ୍ତ୍ରଣର ଆଗୁଆ ପଦକ୍ଷେପ ଗ୍ରହଣ ସକାଶେ ଏଭଳି ସୂଚନା ଜାରି କରାଯାଇଛି l ପ୍ରଦତ୍ତ ସୂଚନା ପ୍ରକାରେ ଏହି ତିନି ଦିନ ବର୍ଷା ସମୟରେ ନଦୀ ଗର୍ଭକୁ କୌଣସି ପ୍ରକାରେ ବ୍ୟବହାର କରିବା ନିଷେଧ କରାଯିବା ସହ ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି। ଏଥିସହ ଗୃହପାଳିତ ପଶୁଙ୍କୁ ନଦୀ ଭିତରକୁ ନ ଛାଡିବା, ନିଜ ନିଜର ଧନଜୀବନର ସୁରକ୍ଷା ପାଇଁ ସର୍ବସାଧାରଣ ପ୍ରଶାସନକୁ ସହଯୋଗ କରିବା ପାଇଁ ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି l ସମସ୍ତଙ୍କ ଗୋଚରାର୍ଥେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ତାକରଡା, ଭଗବାନପୁର , ବି.କରଡ଼ାବାଡ଼ି, ବିରଞ୍ଚିପୁର, ଗୋଲିଆ, ଭାମଶିଆଳି, ସୋଡକ ଆଦି ପଞ୍ଚାୟତରେ ଓ କୋଠଘର କାନ୍ଥରେ ସତର୍କ ସୂଚନା ବିଜ୍ଞାପନ ମରାଯାଇ ବିଶେଷତଃ ନଦୀ କୂଳିଆ ଗ୍ରାମର ଗ୍ରାମବାସୀଙ୍କୁ ଏଥି ପ୍ରତି ସଚେତନ ରହିବାକୁ କୁହାଯାଇଛି lଏହାକୁ ଅବମାନନା କଲେ ଯାହା ଘଟିବ ସେଥିନେଇ ପ୍ରଶାସନ ଦାୟୀ ରହିବେ ନାହିଁ ବୋଲି ମଧ୍ୟ କୁହାଯାଇଛି। ପ୍ରକାଶ ଯେ, ବାଘୁଆ ଜଳ ଭଣ୍ଡାର ସ୍ତରର ଉଚ୍ଚତା ତଥା ବିପଦ ସଂକେତ ୧୧୩. ୮୫ ମିଟର ଥିବାବେଳେ ବର୍ତ୍ତମାନ ଏହାର ସ୍ତର ୧୧୩.୨୭ ମିଟର ଥିବା ଜଣାଯାଇଛି।
17