ଏରସମା, 02/11/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ବରିଷ୍ଠ ସାହିତ୍ୟ ସଂସଦ ଗଙ୍ଗୋତ୍ରୀର ଏକତିରିଶତମ ବାର୍ଷିକ ଉତ୍ସବ ଚମ୍ପାହାଟ, ଡିହସାହି ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ସଂସଦ ମୁଖ୍ୟ କୈଳାସ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ପ୍ରାବନ୍ଧିକ ମହେନ୍ଦ୍ର କୁମାର ଆଚାର୍ଯ୍ୟ, ମୁଖ୍ୟ ବକ୍ତା ପ୍ରଜ୍ଞା ଶିରୋମଣି ପ୍ରତିଷ୍ଠାନ ସଭାପତି ଅବସର ପ୍ରାଧ୍ୟାପକ ଶ୍ରୀଯୁକ୍ତ ସୁଧାକର ଦାସ, ବରେଣ୍ୟ ଅତିଥିଭାବେ ସାହିତ୍ୟ ଏକାଡେମୀ ପୁରସ୍କୃତ କବି ପିତାମ୍ବର ତରାଇ, ସମ୍ମାନିତ ଅତିଥିଭାବେ ଜଗତସିଂହପୁର ସାହିତ୍ୟ ପରିଷଦ ସଭାପତି ଶ୍ରୀ ଅଜୟ କୁମାର ବେହେରା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ତାପସ କୁମାର ମହାନ୍ତି,ସାମ୍ବାଦିକ ଓ ଶାନ୍ତିସେନା ପ୍ରକାଶନୀ ମୁଖ୍ୟ ରଜତ ରଶ୍ମୀ ସ୍ୱାଇଁ, ସାରସ୍ୱତ ମହାମଞ୍ଚ ସଭାପତି ପଣ୍ଡିତ ନାଗୁଚରଣ ଦେବତା ପ୍ରମୁଖ ଉପସ୍ଥିତ ଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ସାରସ୍ୱତ ମହାମଞ୍ଚ ସମ୍ପାଦକ ପ୍ରଶାନ୍ତ କୁମାର ସେଠୀ l କବିତା ମଞ୍ଚରେ ସଭାପତିତ୍ବ କରିଥିଲେ ଝଙ୍କଡ଼ରତ୍ନ ଶ୍ରୀଯୁକ୍ତ ଗୋଲୋକ ବିହାରୀ ପଲାଇ, ମୁଖ୍ୟ ଅତିଥି ଆସନ ଅଳଙ୍କୃତ କରିଥିଲେ ବରିଷ୍ଠ ପତ୍ରକାର ଓ ସୁସାହିତ୍ୟିକ ଶ୍ରୀଯୁକ୍ତ ଅମରଜ୍ୟୋତି ସାହୁ, ସମ୍ମାନିତ ଅତିଥିଭାବେ ମଞ୍ଚ ମଣ୍ଡନ କରିଥିଲେ ସମ୍ବାଦ ସାହିତ୍ୟଘର ସଭାପତି ଶ୍ରୀଯୁକ୍ତ ମହେଶ୍ୱର ସ୍ୱାଇଁ, ସୁଗନ୍ଧ ସମ୍ପାଦକ ଦୀପ୍ତି ଖଣ୍ଡୁଆଳ, ସୁଶ୍ରୀ ଶୁଭଶ୍ରୀ ସମ୍ପାଦିକା ଡ଼ଃ ବସନ୍ତ ମଞ୍ଜରୀ ଦାସ l ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ସମ୍ବାଦ ସାହିତ୍ୟଘର ସମ୍ପାଦକ ହୃଷିକେଶ ଜେନା l କବିତା ସଂଯୋଜନା କରିଥିଲେ ମହ୍ଲାର ସମ୍ପାଦିକା ପ୍ରଭାତୀ ମାଝୀ, ଝଙ୍କଡ଼ କନ୍ୟା ସବିତା ନାୟକ ଓ ସୁଶ୍ରୀ ସରୋଜିନୀ ସୂତାର l ଶତାଧିକ କବି କବିତା କରିଥିବାବେଳେ ସେମାନଙ୍କ ମଧ୍ୟରେ ଥିଲେ ଅଧ୍ୟାପକ ମାନସ ରଞ୍ଜନ ସାହୁ, ବଟକୃଷ୍ଣ ସ୍ୱାଇଁ, ସାମ୍ବାଦିକ ଧ୍ରୁବଚରଣ ମହାପାତ୍ର, ନିର୍ମଳା ସାହୁ, ଡ଼ଃ ଆରତୀ ତ୍ରିପାଠୀ, ଅରୂପାନନ୍ଦ ସ୍ୱାଇଁ, ନିତ୍ୟାନନ୍ଦ ନାୟକ, ଅରୁଣ କୁମାର ବେହେରା, ପତ୍ରକାର ତୃପ୍ତି ରଞ୍ଜନ ମହାନ୍ତି, ଯଯାତି କେଶରୀ ସ୍ୱାଇଁ, ଡାକ୍ତର ତନ୍ମୟ ସେଠୀ ଓ ବୈଦ୍ୟନାଥ ସାହୁ ପ୍ରମୁଖ l ଅତିଥିମାନଙ୍କ ଦ୍ୱାରା "ଗଙ୍ଗୋତ୍ରୀ "ପତ୍ରିକା ଉନ୍ମୋଚନ ହେବାସଙ୍ଗେ ସଙ୍ଗେ ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କୁ ସମ୍ମାନିତ କରାଯାଇଥିଲା l ସେମାନଙ୍କ ମଧ୍ୟରେ ଥିଲେ ଦେବେନ୍ଦ୍ର ନାଥ କର, ମାନସୀ ପ୍ରଭା ସ୍ୱାଇଁ, ଗୀତା ଦାସ, ହେମନ୍ତ କୁମାର ନାୟକ, ପ୍ରେମଲତା ବାରିକ, ପଦ୍ମାବତୀ ମିଶ୍ର ପ୍ରମୁଖ l ବିଦ୍ୟାଳୟର କଳାକାରଗଣ ସ୍ୱାଗତ ନୃତ୍ୟ ପରିବେଷଣ କରିଥିବାବେଳେ ଶିଶୁ ନୃତ୍ୟ ଶିଳ୍ପୀ ଶ୍ରୀୟଙ୍କା ସ୍ୱାଇଁ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ l ପରେ ପରେ ଧନ୍ୟବାଦ ପ୍ରଦାନ କରିଥିଲେ ଶ୍ୟାମ ସୁନ୍ଦର ବେହେରା l