ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାଷ୍ଟ୍ରୀୟ ଶିକ୍ଷକ ମଞ୍ଚ ପକ୍ଷରୁ ଜିଲ୍ଲା ଶିକ୍ଷକ ସମ୍ମାନ ସମାରୋହ ଅନୁଷ୍ଠିତ

ଜଗତସିଂହପୁର, 02/11/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁରରୁ ରୀତା ସାହୁଙ୍କ ରିପୋର୍ଟ । ) :
Article Image
ଶିକ୍ଷକ ହେଉଛନ୍ତି ସମାଜ ଗଠନର ମୁଖ୍ୟ ବିନ୍ଧାଣୀ । ଜଣେ ଶିକ୍ଷକ କେବଳ ଶିକ୍ଷାଦାନ କରନ୍ତି ନାହିଁ, ବରଂ ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନରେ ତାଙ୍କର ଅବଦାନ ଅତୁଳନୀୟ । ଏହି ମହାନ ବ୍ୟକ୍ତିତ୍ୱଙ୍କୁ ସମ୍ମାନ ଓ ସମ୍ବର୍ଦ୍ଧନା ଜଣାଇବା ଉଦ୍ଦେଶ୍ୟରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲସ୍ଥିତ ଝଙ୍କଡ଼ ମା' ଶାରଳାଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା ଶିକ୍ଷକ ସମ୍ମାନ ସମାରୋହ । ରାଷ୍ଟ୍ରୀୟ ଶିକ୍ଷକ ମଞ୍ଚ ଆନୁକୂଲ୍ୟରେ ଆୟୋଜିତ ଏହି ସମାରୋହରେ ଜିଲ୍ଲାର ଏକ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ଡଃ ବିଭୁପ୍ରସାଦ ତରାଇ ଯୋଗଦେଇଥିବା ବେଳେ ରାଷ୍ଟ୍ରୀୟ ଶିକ୍ଷକ ମଞ୍ଚର ସଭାପତି ପ୍ରଫେସର ଅନିରୁଦ୍ଧ ମିଶ୍ର, ମୁଖ୍ୟବକ୍ତା ଚିତ୍ତରଞ୍ଜନ ମହାପାତ୍ର, ଜିଲ୍ଲା ବିଜେପି ସଭାପତି ପ୍ରତାପ ମିଶ୍ର ଓ ସମାଜସେବୀ ଆଶିଷ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ରହିଥିଲେ । ସମାଜ ଗଠନ ଓ ଭବିଷ୍ୟତ ପିଢ଼ିକୁ ଦିଗଦର୍ଶନ ଦେବାରେ ଶିକ୍ଷକମାନଙ୍କ ଭୂମିକା ଅତୁଳନୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏଥିସହ ଶିକ୍ଷକମାନଙ୍କୁ ସମ୍ମାନିତ କରିବାର ଏଭଳି ମହତ୍ ପ୍ରୟାସ ପାଇଁ ଅତିଥିମାନେ ଆୟୋଜକଙ୍କୁ ପ୍ରଶଂସା କରିଥିଲେ ।
Article Image
Article Image
13