ପାରାଦୀପ / ପିପିଏଲ୍, 02/11/2026, ଉତ୍କଳ voice news - utkalvoicenews.com( ପାରାଦୀପରୁ ସୁମିତ୍ରା ସେନାପତିଙ୍କ ରିପୋର୍ଟ ) :
ପାରାଦୀପ ପିପିଏଲ୍ ଟାଉନସିପ୍ସ୍ଥିତ ମଲ୍ଟିପରପୋଜ୍ ହଲ୍ରେ ଜୁହାର ପରିବାର ପକ୍ଷରୁ ନୂଆଁଖାଇ ଭେଟଘାଟ ଉତ୍ସବ ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଏହି ଉତ୍ସବରେ ସମ୍ବଲପୁରୀ ନୃତ୍ୟ, ଗୀତ ଓ ବିଭିନ୍ନ ସାଂସ୍କୃତିକ ପରିବେଷଣ ଦର୍ଶକଙ୍କ ମନ ମୋହିଥିଲା।
ସମ୍ବଲପୁରୀ ସଙ୍ଗୀତର ତାଳେ ତାଳେ ପିପିଏଲ୍ ଟାଉନସିପ୍ରେ ଉପସ୍ଥିତ ଦର୍ଶକମାନେ ଝୁମି ଉଠିଥିଲେ। ପାରମ୍ପରିକ ଲୋକନୃତ୍ୟ ଓ ସଙ୍ଗୀତର ଆକର୍ଷଣୀୟ ପରିବେଷଣ ଉତ୍ସବରେ ଏକ ନିଆରା ଉତ୍ସାହ ସୃଷ୍ଟି କରିଥିଲା।
କାର୍ଯ୍ୟକ୍ରମରେ ଜୁହାର ପରିବାରର ସମସ୍ତ ସଦସ୍ୟଙ୍କ ସହ ପାରାଦୀପ ଫସଫେଟ୍ସ ଲିମିଟେଡ୍ର ବହୁ ପଦାଧିକାରୀ ଓ ଅଧିକାରୀ ଯୋଗଦେଇଥିଲେ।
ନୂଆଁଖାଇ ଭେଟଘାଟ ମାଧ୍ୟମରେ ଭାଇଚାରା, ଏକତା ଓ ସାଂସ୍କୃତିକ ଆଦାନପ୍ରଦାନର ବାର୍ତ୍ତା ପ୍ରସାରିତ ହୋଇଥିଲା।
ଏଥିସହ ପଶ୍ଚିମ ଓଡ଼ିଶାର ସମୃଦ୍ଧ ଲୋକକଳା ଓ ପରମ୍ପରାର ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦିଆଯାଇଥିଲା।