ଏରସମା, 30/03/2025, ଉତ୍କଳ voice news - utkalvoicenews.com

ଏରସମା ବ୍ଳକ କୁଞ୍ଜକୋଠି ପଞ୍ଚାୟତର ଅନନ୍ତ କିଶୋର ବିଦ୍ୟାପୀଠ ଖୁରାଣ୍ଟ କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଭେଜିବାରି ପାଚେରାରେ ବାର୍ଷିକ କ୍ରୀଡା ଉତ୍ସବ, ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଚିତ୍ରାନନ୍ଦ
ସ୍ୱାଇଁ ଙ୍କ ନେତୃତ୍ୱରେ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ବ୍ଳକ ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଗୋପବନ୍ଧୁ ନାୟକ, ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ଜ୍ଞାନରଂଜନ ପରିଡା, ସିଆ ର ସିସି ନିହାର ରଞ୍ଜନ ଜେନା ଯୋଗଦେଥିଲେ। ଏହି ଉତ୍ସବ ରେ ଅଙ୍ଗନୱାଡ଼ି କର୍ମୀ ରୋମିତା ମହାନ୍ତି ପରିଚାଳନା କମିଟିର ସଭାପତି ତଥା ସଭ୍ୟ ସଭ୍ୟା, ୱାର୍ଡ ମେମ୍ବର, ପୂର୍ବତନ ଶିକ୍ଷୟିତ୍ରୀ ମଞ୍ଜୁବାଳା ସ୍ୱାଇଁ, ସନ୍ତୋଷ ସ୍ୱାଇଁ, ସନ୍ଦୀପ ପରିଡା, କାଦମ୍ବିନୀ ପରିଡା ଏବଂ ଭେଜିବାରି ପାଚେରାର ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ। ଏହି ଉତ୍ସବରେ ୩୧ଜଣ ଛାତ୍ରଛାତ୍ରୀ କ୍ରୀଡାରେ ଭାଗନେଇ ପୁରସ୍କୃତ ହୋଉଥିଲେ। ସକାଳ ସାତ ଘଟିକା ଠାରୁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ସନ୍ଧ୍ୟା ସାତ ଘଟିକା ସମୟରେ ଶେଷ ହୋଇଥିଲା। ସମ୍ପୂର୍ଣ କାର୍ଯ୍ୟକ୍ରମ ପୂର୍ବରୁ ସନ୍ଧ୍ୟା ସମୟରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଲେଖକ ଡ଼କ୍ଟର ବିଜୟ କୁମାର ଶତପଥୀଙ୍କ ରଚିତ ଏକ ଗଳ୍ପଏକାଙ୍କିକା ନାଟକ "ଦୀପଶିଖା "ପରିବେଷଣ ହୋଇଥିଲା। ସମ୍ପୂର୍ଣ କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ
ବିଶ୍ଵରଞ୍ଜନ ଲେଙ୍କା ସୂଚାରୁରୂପେ ପରିଚାଳନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।