ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଚଣ୍ଡିଖୋଲ ଛକରେ ଏସ.କେ ମୋଟର୍ସ ପକ୍ଷରୁ ଅତ୍ୟାଧୁନିକ କାର ଗ୍ୟାରେଜ୍ ର ଶୁଭ ଉଦ୍ଘାଟନ

ଯାଜପୁର, 02/11/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ)
Article Image
ତା - ୨/୧୧/୨୦୨୬ : ଚଣ୍ଡିଖୋଲ ଅଞ୍ଚଳରେ ଗାଡ଼ି ମାଲିକଙ୍କ ପାଇଁ ଖୁସି ଖବର। ଏଣିକି ଗାଡ଼ିର ମରାମତି ହେଉ ଅବା ଡେଣ୍ଟିଂ ଓ ପେଣ୍ଟିଂ, ଏଥିପାଇଁ ଆଉ କଟକ କିମ୍ବା ଭୁବନେଶ୍ୱର ଯିବାକୁ ପଡ଼ିବ ନାହିଁ। ଚଣ୍ଡିଖୋଲ ଠାରେ ନୂତନ ଭାବେ ଶୁଭାରମ୍ଭ ହୋଇଛି ଏସ କେ ମୋଟର୍ସ ଦ୍ଵାରା ଅତ୍ୟାଧୁନିକ କାର ଗ୍ୟାରେଜ।ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡ଼. ତମଳା ବରଣ ଦାସ ଯୋଗଦେଇ ଗ୍ୟାରେଜର ଶୁଭ ଉଦ୍‌ଘାଟନ କରିଥିଲେ। ଏଥିସହ ଚଣ୍ଡିଖୋଲ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଏହି ଉତ୍ସବରେ ଯୋଗଦେଇ ନୂତନ ଅଭିନବ ଉଦ୍ୟମକୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ଗ୍ୟାରେଜର ମାଲିକ ଏସ୍‌.କେ. ଅହମ୍ମଦ ଅଲ୍ଲୀଙ୍କ କହିବା ଅନୁଯାୟୀ, ଏଠାରେ ଗାଡ଼ିର ବିଭିନ୍ନ ପ୍ରକାର ମରାମତି ସହ ଡେଣ୍ଟିଂ ଓ ପେଣ୍ଟିଂ ସେବା ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ। ଆଧୁନିକ ଯନ୍ତ୍ରପାତି ଓ ଅଭିଜ୍ଞ କୁଶଳୀ କାରିଗରଙ୍କୁ ନେଇ ଏହି ଗ୍ୟାରେଜର ପରିକଳ୍ପନା କରାଯାଇଛି। ଚଣ୍ଡିଖୋଲ ସମେତ ଆଖପାଖ ଅଞ୍ଚଳର ଗାଡ଼ି ମାଲିକମାନଙ୍କୁ ଉନ୍ନତମାନର ସେବା ଯୋଗାଇବା ପାଇଁ ଏହି ଗ୍ୟାରେଜର ମୁଖ୍ୟ ଲକ୍ଷ୍ୟ ବୋଲି ମାଲିକ ଏସ କେ ଅଲ୍ଲୀ ପ୍ରକାଶ କରିଛନ୍ତି। ତେବେ ଏହି ନୂତନ ଗ୍ୟାରେଜ ଦ୍ୱାରା ସ୍ଥାନୀୟ ଅଞ୍ଚଳର ଗାଡ଼ି ମାଲିକମାନେ ଉପକୃତ ହେବେ ବୋଲି ଆଶା ପ୍ରକାଶ ପାଇଛି। ଏଭଳି ଅତ୍ୟାଧୁନିକ କଟ ଗ୍ୟାରେଜ ପ୍ରତିଷ୍ଠା ପାଇଁ ପୂର୍ବରୁ ବହୁ ବ୍ୟବସାୟୀ ଉଦ୍ୟମ କରିଥିଲେ ହେଲେ ପାରିପାର୍ଶ୍ବିକ ପରିସ୍ଥିତିକୁ ନେଇ ସେମାନେ ସଫଳ ହୋଇ ନ ଥିଲେ।କିନ୍ତୁ ଏସ୍. କେ ମୋଟର୍ସ ର ମାଲିକ୍ ଏସ୍. କେ ଅହମଦ ଅଲ୍ଲୀ ଯେଉଁ ସାହସିକତା ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ପ୍ରଶଂସନୀୟ ବୋଲି ସାଧାରଣରେ ଆଲୋଚନା ହେଉଛି।
22