ଏରସମା, 03/11/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଏରସମା ବ୍ଲକ ସିହା ଗ୍ରାମର ଜଣେ ସରଳ ଓ ମିଷ୍ଟଭାଷୀ, ଧର୍ମ ପ୍ରାଣ। ମହିଳା ସ୍ୱର୍ଗତା ସୁଲୋଚନା ଖଣ୍ଡୁଆଳଙ୍କ ଏକାଦଶାହ ଅବସରରେ ଏକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ପ୍ରସନ୍ନ ଖଣ୍ଡୁଆଳ ଓ ସୂର୍ଯ୍ୟ କାନ୍ତ ଖଣ୍ଡୁଆଳଙ୍କ ତତ୍ୱ। ଅବଧାନରେ ଜ୍ଞାପନ କରାଯାଇଅଛି।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ଶଶୀଭୁଷଣ ସ୍ୱାଇଁ ,ବରିଷ୍ଠ କଂଗ୍ରେସ ନେତା ଧ୍ୱଜରାଜ ଖଣ୍ଡୁଆଳ, ଶିକ୍ଷାବିତ ଅମିତାଭ ରାଉତ, ମନ୍ଦିର ଟ୍ରଷ୍ଟି ଆଶୀଷ କୁମାର ସ୍ୱାଇଁ,ସମେତ ବହୁ କବି, ସାହିତ୍ୟିକ, ସମାଜସେବୀ ଓ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତା ଖଣ୍ଡୁଆଳଙ୍କ ସରଳ ଜୀବନଯାପନ ଓ ପରିଶ୍ରମୀ ସ୍ୱଭାବ ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ଦେଇଥିଲା।
ସେ ନିଜ ପରିବାର ପ୍ରତି ଯେପରି ଯତ୍ନଶୀଳ ଥିଲେ, ସେହିପରି ପଡ଼ୋଶୀ ଓ ପରିଚିତମାନଙ୍କ ସହ ମଧ୍ୟ ସୁସମ୍ପର୍କ ରଖିଥିଲେ। ତାଙ୍କ ସରଳ ବ୍ୟବହାର, ମିଷ୍ଟଭାଷୀ ସ୍ୱଭାବ ଓ ଅନ୍ୟକୁ ସହଯୋଗ କରିବାର ମନୋଭାବ ପାଇଁ ସେ ଅନେକଙ୍କ ପ୍ରିୟ ଥିଲେ।