ବୁଗୁଡ଼ା, 03/11/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
ବୁଗୁଡ଼ା ବ୍ଲକ ଅନ୍ତର୍ଗତ ପାଙ୍ଗିଡ଼ି ପଞ୍ଚାୟତର ବେଲପଡ଼ା ଏବଂ ପିଡିପୁର ଶାସନ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଗ୍ରାମବାସୀଙ୍କ ବିଭିନ୍ନ ମୌଳିକ ସମସ୍ୟା ଓ ଅଭିଯୋଗ ସମ୍ପର୍କରେ ପଚାରି ବୁଝିବା ସହ ଅଭିଯୋଗଗୁଡ଼ିକ ଗ୍ରହଣ କରିଥିଲେ। ଲୋକଙ୍କ ସମସ୍ୟାର ତ୍ୱରିତ ଓ ସ୍ଥାୟୀ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।ଏହି ଅବସରରେ ପିଡିପୁର ଶାସନ ଗ୍ରାମରେ ନବନିର୍ମିତ ଗୌଡ଼ ସମାଜ କୋଠଘରକୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ଶୁଭ ଉଦ୍ଘାଟନ କରିଥିଲେ।ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ସହ ସାମାଜିକ ଓ ସାମୁଦାୟିକ ଭିତ୍ତିଭୂମିର ବିକାଶ ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା।