ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତସିଂହପୁରର ଗର୍ବ ଓ ଗୌରବ ଅନ୍ନପୂର୍ଣ୍ଣା ମହାରଣା

ଜଗତସିଂହପୁର, 03/11/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ତା - 03/11/2026 : ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଓଡିଶାଗଡ଼ସ୍ଥିତ ପ୍ରଫୁଲ ପାଠାଗାର ପରିସରରେ ଶିକ୍ଷାବିତ ରବିନ୍ଦ୍ରନାଥ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନ୍ନପୂର୍ଣ୍ଣା ମହାରଣାଙ୍କ 109 ତମ ଜୟନ୍ତୀ ପାଳିତ ହୋଇଯାଇଛି I ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ବଂଶୀଧର ଆଚାର୍ଯ୍ୟ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଲଷ୍ମୀଧର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ପ୍ରଦ୍ୟୁମ୍ନ କୁମାର ସାହୁ, ଆଇନଜୀବୀ ଶିବ ପ୍ରସାଦ ମାଝୀ ପ୍ରମୁଖ ଯୋଗଦେଇ ସ୍ୱାଧୀନତା ସଂଗ୍ରାମୀ ଅନ୍ନପୂର୍ଣ୍ଣା ମହାରଣାଙ୍କ ଜୀବନୀ, ସମାଜ ସେବା, ତ୍ୟାଗ ଓ ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଅବଦାନକୁ ସ୍ମରଣ କରିଥିଲେ I ଏହି ସଭାରେ ଶିକ୍ଷାବିତ ସତ୍ୟବାଦୀ ଦାସ, ସଞ୍ଜୟ କୁମାର ସାମନ୍ତସିଂହାର, ପ୍ରତାପ କୁମାର ରାଉତରାୟ, କୈଳାଶ ଚନ୍ଦ୍ର ରଥ ଆଦି ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ସଭାର ପ୍ରାରମ୍ଭରେ ଅନ୍ନପୂର୍ଣ୍ଣାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ଧୂପ ଅର୍ପଣ କରିଵା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା I ଶେଷରେ ପାଠାଗାରର ଉପସଭାପତି ସୁରେନ୍ଦ୍ର କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ I
18