ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନୁଆଗାଁରେ JSW ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ

କୁଜଙ୍ଗ, 03/11/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ସହ ଜନସାଧାରଣଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇଦେବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। କୁଜଙ୍ଗ ବ୍ଲକର ନୁଆଗାଁ ଗ୍ରାମ ପଞ୍ଚାୟତରେ ଜରୁରୀକାଳୀନ ବହିର୍ବିଭାଗ ବା ଇମର୍ଜେନ୍ସି OPD ସେବା ଆରମ୍ଭ କରାଯାଇଛି। ଏହି ପଦକ୍ଷେପ ଦ୍ୱାରା ନୁଆଗାଁ, ଖୁଣ୍ଟିଆ ଓ ଆଖପାଖ ଗ୍ରାମାଞ୍ଚଳର ଲୋକମାନେ ନିଜ ଅଞ୍ଚଳରେ ଜରୁରୀକାଳୀନ ଚିକିତ୍ସା ସୁବିଧା ପାଇପାରିବେ। ଏଥିସହ ସାଧାରଣ ରୋଗର ଚିକିତ୍ସା ଓ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ଏହି କେନ୍ଦ୍ର ସହାୟକ ହେବ। ପୂର୍ବରୁ ଏହି ଅଞ୍ଚଳର ଲୋକମାନେ ଚିକିତ୍ସା ପାଇଁ ଦୂରଦୂରାନ୍ତରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିଲେ। ଜରୁରୀ ସମୟରେ ରୋଗୀଙ୍କୁ ଚିକିତ୍ସା ପାଇଁ ନେବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ଏବେ ଗ୍ରାମ ପଞ୍ଚାୟତ ସ୍ତରରେ ଏହି ସେବା ଉପଲବ୍ଧ ହେବା ଫଳରେ ଅଞ୍ଚଳବାସୀଙ୍କୁ ଆଶ୍ୱସ୍ତି ମିଳିବ। ଏହି ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଡାକ୍ତରୀ ଦଳ ଓ ଆବଶ୍ୟକ ଚିକିତ୍ସା ସୁବିଧାର ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଗ୍ରାମାଞ୍ଚଳର ଲୋକମାନେ ଉପଯୁକ୍ତ ସମୟରେ ଚିକିତ୍ସା ପାଇବା ସହ ପ୍ରାଥମିକ ସ୍ତରରେ ରୋଗ ଚିହ୍ନଟ ଓ ଚିକିତ୍ସାର ସୁଯୋଗ ପାଇପାରିବେ। ଏହି ପଦକ୍ଷେପ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାର ଉନ୍ନତି ସହ ଜନସାଧାରଣଙ୍କ ଜୀବନମାନରେ ସୁଧାର ଆଣିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନର ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।
19