ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅଳସୁଧା ପାର୍ବତୀ ଉଚ୍ଚ ବିଦ୍ୟାଳୟରେ ୬୦ ଗୁଆ ଚାରା ରୋପଣ

ଜଗତସିଂହପୁର, 03/11/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଅନୁଷ୍ଠାନର ସମ୍ପାଦିକା ଡ଼ଃ ବସନ୍ତ ମଞ୍ଜରୀ ଦାସଙ୍କ ପକ୍ଷରୁ ୬୦ଟି ଗୁଆ ଚାରା ସମେତ ଲେମ୍ବୁ, ସପେଟା ଓ ଅଁଳା ଆଦି ଫଳ ଚାରା ଯୋଗାଇ ଦିଆଯାଇଥିଲା। ଜଗତସିଂହପୁର ଜିଲ୍ଲା ଓଷ୍ଟା ସମ୍ପାଦକ ନାରାୟଣ ଚନ୍ଦ୍ର ବାରିକ ଓ ବିଦ୍ୟାଳୟର ପ୍ରଧାନଶିକ୍ଷିକା ସ୍ୱାଗତିକା ମହାନ୍ତିଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟର ପ୍ରାଚୀର ଧାରରେ ଚାରାଗୁଡ଼ିକ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ନବଜାଗରଣ ମଞ୍ଚର ସମ୍ପାଦକ ପ୍ରଦୀପ କୁମାର ଲେଙ୍କାଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ କବିତା ଭୋଇ, ପ୍ରତିଭା କୁମାରୀ ସ୍ୱାଇଁ, ସ୍ୱର୍ଣ୍ଣଲତା ସ୍ୱାଇଁ ଓ ସୁଦର୍ଶନ ଷଡ଼ଙ୍ଗୀ ସହଯୋଗ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷା କର୍ମଚାରୀ ହୀରାଲାଲ ବାରିକ, ମହେଶ୍ୱର ବାରିକ, ମହେଶ୍ୱର ସ୍ୱାଇଁ ଓ ଲୋଚନ ଦେଈ ଚାରା ରୋପଣରେ ସାମିଲ ହୋଇଥିଲେ। ରୋପିତ ଚାରାଗୁଡ଼ିକର ଉପଯୁକ୍ତ ଯତ୍ନ ନେବାକୁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ। ପରିବେଶ ସଚେତନତା କ୍ଷେତ୍ରରେ ଅବଦାନ ଓ ଶିକ୍ଷକମାନଙ୍କ ସୁବିଧା ଅସୁବିଧାର ସମାଧାନରେ ସହଯୋଗ ପାଇଁ ନାରାୟଣ ଚନ୍ଦ୍ର ବାରିକଙ୍କୁ ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉପସ୍ଥିତ ଅତିଥିମାନେ ପରିବେଶର ଅବକ୍ଷୟ ରୋକିବା ଓ ପ୍ରକୃତିର ସନ୍ତୁଳନ ରକ୍ଷା କରିବାରେ ବୃକ୍ଷର ଗୁରୁତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ବୃକ୍ଷରୋପଣ ସହ ରୋପିତ ଚାରାର ଯତ୍ନ ନେବା ମଧ୍ୟ ପରିବେଶ ସୁରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ସେମାନେ ମତ ଦେଇଥିଲେ।
21