ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସ୍ୱୟଂଶ୍ରୀ ମହାନ୍ତିଙ୍କ କୃତିତ୍ୱ

ଏରସମା, 30/03/2025, ଉତ୍କଳ voice news - utkalvoicenews.com
Article Image
ଚଳିତ ବର୍ଷ ନବୋଦୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ସୂର୍ଯ୍ୟଜିତ୍ ମହାନ୍ତି ଓ ସ୍ନିଗ୍ଧା ରାୟଙ୍କ କନିଷ୍ଠ କନ୍ୟା ସ୍ୱୟଂଶ୍ରୀ ମହାନ୍ତି ୨୦୨୫ ମସିହା ପାଇଁ ନବୋଦୟ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବାଲିକୁଦା ବ୍ଲକ ଅନ୍ତର୍ଗତ କଣିଆ ଗ୍ରାମର ବାସିନ୍ଦା ଅଟନ୍ତି । ସେଣ୍ଟ୍ ଜାଭିୟର ହାଇସ୍କୁଲ ଈଶ୍ୱରପୁର ରେ ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ । ଏହି ସଫଳତା ପାଇବା ପରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଶୁଭକାମନା ଜଣାଇଛନ୍ତି । ଏହି ସଫଳତା ପାଇବା ପରେ ସେ ସମସ୍ତ ଶ୍ରେୟ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ପିତା, ମାତାଙ୍କୁ ପ୍ରଦାନ କରିଛନ୍ତି । ସେ ମଧ୍ୟ ଆଦର୍ଶ ପରୀକ୍ଷାରେ ବାଲିକୁଦା ବ୍ଲକ୍ ରେ ସର୍ବୋଚ୍ଚ ନମ୍ବର୍ ରଖି ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଅଞ୍ଚଳବାସୀ ଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।
1