ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁନି ବିଜ୍ଞାନୀଙ୍କ ପ୍ରତିଭାରେ ଝଲସିଲା ନ୍ୟାସନାଲ ସ୍କୁଲ

କୁଜଙ୍ଗ , 04/11/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ତାରିଖ: ୦୩/୧୧ : କୁଜଙ୍ଗ ସ୍ଥିତ ନ୍ୟାସନାଲ ସ୍କୁଲ ପରିସରରେ ଦୁଇଦିନିଆ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଯାଇଛି। ମେଳାରେ ସେଣ୍ଟ ଜାଭିଅର ଇଣ୍ଟରନ୍ୟାସନାଲ ସ୍କୁଲର ୨୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ନିଜ ନିଜର ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ପରିବେଶ ସନ୍ତୁଳନ ରକ୍ଷା ଓ ମାନବଜାତିର ସୁରକ୍ଷା ସମ୍ପର୍କିତ ପ୍ରକଳ୍ପଗୁଡ଼ିକ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ନ୍ୟାସନାଲ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ପ୍ରମିଳା ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ବିଜ୍ଞାନ ପ୍ରଫେସର ଡକ୍ଟର ସଦାଶିବ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଜ୍ଞାନର ବିକାଶ ମାନବ ସମାଜକୁ ଆଗକୁ ବଢ଼ାଇଥିବା ବେଳେ ଛାତ୍ରଛାତ୍ରୀମାନେ ବିଜ୍ଞାନ ପ୍ରତି ଆଗ୍ରହୀ ହେବା ସହ ଏହାର ଗଭୀର ଅଧ୍ୟୟନ କରିବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ।
Article Image
ଶିକ୍ଷାବିତ୍ ବିଭୂତି ଭୂଷଣ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଡକ୍ଟର ଗଙ୍ଗାଧର ସାମନ୍ତରାୟ, ସ୍କୁଲର ଚେୟାରମ୍ୟାନ୍ ଡକ୍ଟର ରଘୁନାଥ ସାହୁ ଏବଂ ସେଣ୍ଟ ଜାଭିଅର ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରଧାନଶିକ୍ଷକ ସୁଧାକର ବିଶ୍ୱାଳ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ବିଚାରକ ଭାବେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ସୁଶାନ୍ତ ସାହୁ ଯୋଗଦେଇଥିଲେ। ଶ୍ରୀୟାଶାଳିନୀ ଦାସ, ଅମରଜ୍ୟୋତି ଶତପଥୀ ଓ ପ୍ରତିଶା ଦାସଙ୍କ ପ୍ରଦର୍ଶିତ ପ୍ରକଳ୍ପ ବିଶେଷ ପ୍ରଶଂସା ସାଉଁଟିଥିଲା। ସ୍କୁଲର ଭାଇସ୍ ପ୍ରିନ୍ସିପାଲ୍ ସଞ୍ଜୟ ଓଝା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବିଜ୍ଞାନ ମେଳାର ପରିଚାଳନା କରିଥିଲେ।
17