ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଦୋଛକିରେ ଉତ୍ତେଜନା ; ରାସ୍ତାରୋକରେ ଅଟକିଲା ଶହ ଶହ ଗାଡ଼ି

ପାରାଦୀପ, 04/11/2026, ଉତ୍କଳ voice news - utkalvoicenews.com( ପାରାଦୀପରୁ ସୁମିତ୍ରା ସେନାପତିଙ୍କ ରିପୋର୍ଟ ) :
Article Image
ତା - ୦୩/୧୧/୨୦୨୬ : ପାରାଦୀପ ଦୋଛକି ନିକଟରେ ଟ୍ରକ୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ମୃତକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ସଂସାଇଲୋ ଗ୍ରାମର ୬୫ ବର୍ଷୀୟ ନବଘନ ପରିଡ଼ା। ସେ ଉଦୟ ବିହାର-୨ ଅଞ୍ଚଳରେ ରହୁଥିବା ଜଣାପଡ଼ିଛି। ତାଙ୍କ ଅକାଳ ବିୟୋଗରେ ପରିବାରବର୍ଗ ଭାଙ୍ଗି ପଡ଼ିଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Article Image
ଏହି ଘଟଣା ପରେ ମୃତକଙ୍କ ପରିବାରକୁ ଉପଯୁକ୍ତ ଆର୍ଥିକ କ୍ଷତିପୂରଣ ପ୍ରଦାନ ଏବଂ ଦୁର୍ଘଟଣା ପାଇଁ ଦାୟୀ ଟ୍ରକ୍ ଓ ଚାଳକଙ୍କ ବିରୋଧରେ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ।
Article Image
ଏଥିସହ ଦୋଛକି ଅଞ୍ଚଳରେ ସ୍ଥାୟୀ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା, ଦ୍ରୁତଗତିରେ ଯାତାୟାତ କରୁଥିବା ଯାନବାହନ ଉପରେ କଟକଣା ଏବଂ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ପାଇଁ ଦାବି ହୋଇଛି। ରାସ୍ତାରୋକ ଯୋଗୁଁ ଦୋଛକି ଅଞ୍ଚଳରେ ଯାତାୟାତ ବ୍ୟବସ୍ଥା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଭାରୀଯାନ, ବସ୍ ଓ ଅନ୍ୟାନ୍ୟ ଗାଡ଼ି ଅଟକି ରହିଥିଲା। ଫଳରେ ଯାତ୍ରୀ, କର୍ମଜୀବୀ ଓ ସାଧାରଣ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ ପାରାଦୀପ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ସହ ସ୍ଥିତି ସ୍ୱାଭାବିକ କରିବାକୁ ଉଦ୍ୟମ କରିଥିଲା। ଦୋଛକି ଅଞ୍ଚଳରେ ବାରମ୍ବାର ଘଟୁଥିବା ସଡ଼କ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। କେବଳ ସାମୟିକ ଆଶ୍ୱାସନା ନୁହେଁ, ବରଂ ଏଭଳି ଦୁର୍ଘଟଣାର ପୁନରାବୃତ୍ତି ରୋକିବା ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ତୁରନ୍ତ ଠୋସ୍ ଓ ସ୍ଥାୟୀ ପଦକ୍ଷେପ ଗ୍ରହଣ କରୁ ବୋଲି ଦାବି ହୋଇଛି।
21