ଢେଙ୍କାନାଳ, 04/11/2026, ଉତ୍କଳ voice news - utkalvoicenews.com(ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ) :

ଢେଙ୍କାନାଳ ସହରର ବାଉତୀ ବଜାର ଫଟାବନ୍ଧଠାରେ ମହାଆଡ଼ମ୍ବର ଓ ଭକ୍ତିମୟ ପରିବେଶରେ ଉଦ୍ଯାପିତ ହୋଇଛି ୧୪ତମ ଶ୍ରୀଶ୍ରୀ ମା’ ମହାଲକ୍ଷ୍ମୀଙ୍କ ପୂଜା। ଏହି ଅବସରରେ ଆୟୋଜିତ ଭସାଣି ଉତ୍ସବରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭକ୍ତି ଓ ଉତ୍ସାହର ମାହୋଲ ଦେଖିବାକୁ ମିଳିଥିଲା।
ଗତ ୨୫ ତାରିଖରୁ ଆରମ୍ଭ ହୋଇଥିବା ମା’ଙ୍କ ଏହି ପୂଜା ଦୀର୍ଘଦିନ ଧରି ଧାର୍ମିକ ରୀତିନୀତି ଓ ପରମ୍ପରା ଅନୁଯାୟୀ ଚାଲିଥିଲା। ଗତ ୩ ତାରିଖରେ ବିଧିବିଧାନ ଅନୁସାରେ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଥିଲା।
ଏହାପରେ ଆଜି ମା’ଙ୍କ ଭସାଣି ଉତ୍ସବ ଆୟୋଜିତ ହୋଇଥିଲା। ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର, ରୋଷଣୀ ଓ ଭକ୍ତିମୟ ପରିବେଶ ମଧ୍ୟରେ ଶ୍ରଦ୍ଧାଳୁମାନେ ମା’ଙ୍କୁ ଭାବପୂର୍ଣ୍ଣ ବିଦାୟ ଜଣାଇଥିଲେ। ମା’ଙ୍କ ମେଲାଣି ଅବସରରେ ଉପସ୍ଥିତ ଭକ୍ତମାନେ ଆସନ୍ତା ବର୍ଷ ପୁନର୍ବାର ମା’ଙ୍କ ଆଗମନ ପାଇଁ ପ୍ରାର୍ଥନା କରିଥିଲେ।
ପୂଜା ଉତ୍ସବକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ପ୍ରତିଷ୍ଠାନର ସଭାପତି ପ୍ରଫେସର ଡାକ୍ତର ପ୍ରମୋଦ କୁମାର ନାୟକ ଓ ସମ୍ପାଦକ ଜୟନ୍ତ କୁମାର ଦାଶ। ଏଥିରେ କୋଷାଧ୍ୟକ୍ଷ ଶ୍ରୀକାନ୍ତ ନାଏକ, ସହସମ୍ପାଦକ ଦ୍ୱିଜବର ନାଏକଙ୍କ ସମେତ ଅନ୍ୟ ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ। ପୂଜକ ବିକାଶ କୁମାର ରଥ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।
ମା’ଙ୍କ ଆଗମନରେ ଆରମ୍ଭ ହୋଇଥିବା ଭକ୍ତି ଓ ଆନନ୍ଦର ପରିବେଶ ଭସାଣି ସହ ଶେଷ ହୋଇଥିଲେ ମଧ୍ୟ ଶ୍ରଦ୍ଧାଳୁଙ୍କ ମନରେ ପୂଜାର ସ୍ମୃତି ଅଭୁଲା ହୋଇ ରହିବ।