ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବଡ଼ଚଣାରେ ପୁଣି ଗୁଳିକାଣ୍ଡ, ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍

ଯାଜପୁର, 04/11/2026, ଉତ୍କଳ voice news - utkalvoicenews.com(ଉମାକାନ୍ତ ବେହେରାଙ୍କ ରିପୋର୍ଟ) :
Article Image
ତାରିଖ: ୦୪/୧୧/୨୦୨୬ : ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳରେ ପୁଣି ଗୁଳିକାଣ୍ଡ ଘଟଣାକୁ ନେଇ ଚାଞ୍ଚଲ୍ୟ। ବୈରୀ ଥାନା ଅନ୍ତର୍ଗତ ଅଞ୍ଚଳରେ ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଘଟଣାର ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ଅନ୍ୟପକ୍ଷରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ସୂଚନା ଅନୁଯାୟୀ, ବୈରୀ ଥାନା ଅନ୍ତର୍ଗତ ଛତିଆ ନିକଟସ୍ଥ ଇଚ୍ଛାନଗର ପାଟଣା ଗ୍ରାମର ରୁଦ୍ର ପ୍ରସାଦ ରାଉଳ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଅମିୟଝରିସ୍ଥିତ ନିଜ ମଦ ଦୋକାନରୁ ହିସାବପତ୍ର ବୁଝାସୁଝା କରି ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ଜଣେ ସ୍ଥାନୀୟ ଯୁବକ ତାଙ୍କ ଗାଡ଼ିକୁ ଅଟକାଇ ଗୁଳିମାଡ଼ କରିଥିବା ସେ ଅଭିଯୋଗ କରିଛନ୍ତି। ପୂର୍ବରୁ ସମ୍ପୃକ୍ତ ଯୁବକଙ୍କ ସହ କୌଣସି କାରଣକୁ ନେଇ ତାଙ୍କର ବଚସା ହୋଇଥିବା ରୁଦ୍ର ପ୍ରସାଦ ପ୍ରକାଶ କରିଛନ୍ତି। ଗାଡ଼ି ଉପରକୁ ଗୁଳିମାଡ଼ ହୋଇଥିବା ନେଇ ସେ ବୈରୀ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗ ଆଧାରରେ ବୈରୀ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅପରପକ୍ଷରେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ପାରିପାର୍ଶ୍ୱିକ ପ୍ରମାଣ ସଂଗ୍ରହ କରି ତଦନ୍ତ ଚଳାଇଛି। ପୋଲିସର ତଦନ୍ତ ପରେ ଗୁଳିକାଣ୍ଡର ପ୍ରକୃତ କାରଣ ଓ ଘଟଣାର ସତ୍ୟାସତ୍ୟ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।
15