ଭଦ୍ରକ, 05/11/2026, ଉତ୍କଳ voice news - utkalvoicenews.comଛାତ୍ର କଂଗ୍ରେସରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ପ୍ରତାପ ସାମଲ ଦୀର୍ଘଦିନ ଧରି ସଂଗଠନ ସହ ଜଡ଼ିତ ରହିଆସିଛନ୍ତି।
ରାଜନୈତିକ କାର୍ଯ୍ୟକଳାପ ସହିତ ମେଡିକାଲ୍ ଓ କୋର୍ଟ କଚେରୀ ସମ୍ବନ୍ଧୀୟ କାର୍ଯ୍ୟରେ ଲୋକଙ୍କୁ ସହଯୋଗ କରିଆସୁଥିବା ତାଙ୍କ ସମର୍ଥକମାନେ କହିଛନ୍ତି ସମର୍ଥକଙ୍କ ମତରେ, ଜନସେବା ହିଁ ତାଙ୍କ ରାଜନୈତିକ ଯାତ୍ରାର ମୁଖ୍ୟ ଆଧାର। ନିର୍ବାଚନୀ ସମର୍ଥନଠାରୁ ଊର୍ଦ୍ଧ୍ୱରେ ରହି ଲୋକଙ୍କ ସମ୍ମାନ, ବିଶ୍ୱାସ ଓ ଭଲପାଇବା ହାସଲ କରିବା ତାଙ୍କର ପ୍ରମୁଖ ଉଦ୍ଦେଶ୍ୟ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି। ପ୍ରତାପ ସାମଲଙ୍କ ନେତୃତ୍ୱ ଉପରେ ଆଶା ଓ ଭରସା ରଖି ତାଙ୍କୁ ଜିଲ୍ଲା ଯୁବ କଂଗ୍ରେସର ସଭାପତି ଭାବେ ଦେଖିବାକୁ ସମର୍ଥକମାନେ ଆଶା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ, ଯୁବ କଂଗ୍ରେସ ନିର୍ବାଚନରେ ୧୮ରୁ ୩୫ ବର୍ଷ ବୟସର ଯୁବ ଭୋଟରମାନେ ଅନଲାଇନ୍ ମାଧ୍ୟମରେ ନିଜର ମତଦାନ କରିପାରିବେ। ଏହି ନିର୍ବାଚନ ଯୁବନେତାମାନଙ୍କୁ ସଂଗଠନରେ ନୂତନ ଦାୟିତ୍ୱ ଓ ନେତୃତ୍ୱର ସୁଯୋଗ ଦେବା ସହ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବ ବୋଲି ରାଜନୈତିକ ମହଲରେ ଆଶା ପ୍ରକାଶ ପାଇଛି। ଯୁବଶକ୍ତିର ଉତ୍ସାହ, ସଂଗଠନ ପ୍ରତି ନିଷ୍ଠା ଓ ଜନସେବାର ଭାବନାକୁ ନେଇ ଏବେ ଭଦ୍ରକ ଜିଲ୍ଲା ଯୁବ କଂଗ୍ରେସ ନିର୍ବାଚନକୁ ନେଇ ଉତ୍ସୁକତା ବଢ଼ିଛି।
ସମସ୍ତଙ୍କ ନଜର ରହିଛି ସଭାପତି ପଦର ଫଳାଫଳ ଉପରେ।