ଜଗତସିଂହପୁର, 05/11/2026, ଉତ୍କଳ voice news - utkalvoicenews.com(ଜଗତସିଂହପୁରରୁ ରୀତା ସାହୁଙ୍କ ରିପୋର୍ଟ) :
ଜଗତସିଂହପୁର ଜିଲ୍ଲା ପୋଲିସ ମୁଖ୍ୟାଳୟ ପରିସରରେ ଏକ ମୋବାଇଲ ଫେରସ୍ତ ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଙ୍କିତ କୁମାର ବର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମେଳାରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ହଜିଥିବା ଓ ଚୋରି ହୋଇଥିବା ପ୍ରାୟ ୧୩୫ଟି ମୋବାଇଲ ଫୋନ୍ ଉଦ୍ଧାର କରାଯାଇ ସେଗୁଡ଼ିକୁ ଚିହ୍ନଟ ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଛି।
ଏହି ମେଳାରେ କେନ୍ଦ୍ରାଞ୍ଚଳ ଆଇଜି ଡକ୍ଟର ସତ୍ୟଜିତ୍ ନାୟକ ଯୋଗଦେଇ ମୋବାଇଲ ଫୋନ୍ଗୁଡ଼ିକୁ ମାଲିକମାନଙ୍କୁ ପ୍ରଦାନ କରିଥିଲେ। ଏହି ଅବସରରେ ସେ ଏହାକୁ ଦୀପାବଳିର ଏକ ବିଶେଷ ଭେଟି ବୋଲି ଅଭିହିତ କରିଥିଲେ।
ଦୀର୍ଘଦିନ ଧରି ହଜିଯାଇଥିବା ମୋବାଇଲ ଫୋନ୍ ପୁନର୍ବାର ଫେରିପାଇ ମାଲିକମାନଙ୍କ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି ହୋଇଥିଲା। ଜିଲ୍ଲା ପୋଲିସର ଏହି ପ୍ରଶଂସନୀୟ ଉଦ୍ୟମକୁ ସାଧାରଣ ଲୋକେ ସ୍ୱାଗତ କରିବା ସହ ପୋଲିସ ପ୍ରଶାସନ ପ୍ରତି କୃତଜ୍ଞତା ଜଣାଇଥିଲେ।
ଜନସାଧାରଣଙ୍କ ହଜିଥିବା ସମ୍ପତ୍ତି ଫେରାଇବା ଦିଗରେ ଜଗତସିଂହପୁର ଜିଲ୍ଲା ପୋଲିସର ଏହି ପଦକ୍ଷେପ ଏକ ସକାରାତ୍ମକ ଉଦାହରଣ ସୃଷ୍ଟି କରିଛି।